ମୁମ୍ବାଇ: ଚଳିତ ଆଇପିଏଲରେ କୋଲକାତା ନାଇଟ ରାଇଡର୍ସ ତାର ପ୍ରଥମ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ନିକଟରୁ ପରାଜିତ ହୋଇଛି । ମ୍ୟାଚ ପରେ କେକେଆର ଅଧିନାୟକ ଅଜିଙ୍କ୍ୟ ରାହାଣେ କହିଥିଲେ, ମୁଁ ମୋ ବିକାଶ ପାଇଁ କ୍ରିକେଟ ଖେଳୁଛି । ନିଜ ଦକ୍ଷତାକୁ ପ୍ରମାଣିତ କରିବା ପାଇଁ ଆଇପିଏଲ ଖେଳୁନି ବୋଲି ରାଗି କରି କହିଥିଲେ । ୩୭ ବର୍ଷୀୟ ରାହାଣେ ଗତ ସିଜନରେ ରଣଜୀ ଟିମର ଅଧିନାୟକ ପଦ ଛାଡିଥିଲେ । ୨୦୨୩ରେ ସେ ଶେଷ ଥର ପାଇଁ ଭାରତ ପକ୍ଷରୁ ଖେଳିଥିଲେ । ମୁମ୍ବାଇ ବିପକ୍ଷରେ ରାହାଣେ ୪୦ ବଲରୁ ଦ୍ରୁତ ୬୭ ରନ ସଂଗ୍ରହ କରିଥିଲେ ।
ଲୋକଙ୍କୁ ମୋ ବିଷୟରେ କହିବାକୁ ଦିଅ । ସେମାନେ ୨୦ ବର୍ଷ ହେବ ଏହା କହି ଆସୁଛନ୍ତି । ମୁଁ ମୋ ବ୍ୟାଟିଂରେ ଖୁସୀ ଅଛି । କ୍ରିକେଟପ୍ରେମୀ ମୋ ଖେଳ ଦେଖୁଛନ୍ତି । ସେମାନଙ୍କୁ ଦେଖିବାକୁ ଓ କହିବାକୁ ଦିଅ । ୨/୩ ବର୍ଷ ମଧ୍ୟରେ ଧଳା ବଲ କ୍ରିକେଟରେ ମୁଁ ଭଲ ପ୍ରଦର୍ଶନ କରି ଆସୁଛି । ଯଶପ୍ରୀତ ବୁମରାହଙ୍କ ଭଲ ବୋଲିଂ ପ୍ରଦର୍ଶନ ଯୋଗୁ ଆମେ ୨୪୦ ପର୍ଯ୍ୟନ୍ତ ଯାଇପାରି ନ ଥିଲୁ । ବୁମରାହଙ୍କ ୨ ଓଭର ମ୍ୟାଚର ଗତିପଥ ବଦଳାଇ ଦେଇଥିଲା । ସେଥିପାଇଁ ସେ ମହାନ ବୋଲର ବୋଲି ରାହାଣେ କହିଛନ୍ତି । ମୁମ୍ବାଇ ୧୩ ବର୍ଷ ପରେ ସିଜନର ଆରମ୍ଭ ବିଜୟ ସହ କରିଛି । ୨୦୧୩ରୁ ୨୦୨୦ ମଧ୍ୟରେ ମୁମ୍ବାଇ ୫ ଥର ଟାଇଟଲ ହାସଲ କରିଛି । ଏହି ମ୍ୟାଚରେ ରୋହିତ ଶର୍ମା ଓ ର୍ୟାନ ରିକେଲଟେନ ବିସ୍ଫୋରକ ବ୍ୟାଟିଂ ପ୍ରଦର୍ଶନ କରି ମୁମ୍ବାଇକୁ ଜିତାଇଥିଲେ ।