Latest Odisha News

BREAKING NEWS

୧୪ ମ୍ୟାଚରେ ୬ ଥର ଶୂନରେ ଆଉଟ ହେଲେଣି ଏହି ବିସ୍ଫୋରକ ବ୍ୟାଟ୍ସମ୍ୟାନ

ନୂଆଦିଲ୍ଲୀ: କ୍ରିକେଟରେ ଜଣେ ଖେଳାଳିଙ୍କ ଫର୍ମ କ୍ୟାରିୟରକୁ ପ୍ରଭାବିତ କରିଥାଏ । ଭଲ ଖେଳାଳି ହେବା ସତ୍ୱେ ଖରାପ ଫର୍ମ ଅନେକ ବଡ କ୍ରିକେଟରଙ୍କ କ୍ୟାରିୟର ଶେଷ କରି ଦେଇଛି । ଭାରତର ଯୁବ ବିସ୍ଫୋରକ ବ୍ୟାଟ୍ସମ୍ୟାନ ଅଭିଷେକ ଶର୍ମାଙ୍କ ଫର୍ମ ଭଲ ରହୁ ନାହିଁ । ଟି୨୦ କ୍ରିକେଟରେ ସେ ଏବେ ୧୪ ମ୍ୟାଚରୁ ୬ ଥର ଡକରେ ଆଉଟ ହୋଇଛନ୍ତି । ୭୫ ଦିନ ମଧ୍ୟରେ ବାରମ୍ବାର ଶୂନରେ ଆଉଟ ହେବା ଏକ ଚିନ୍ତାର କାରଣ ସାଜିଛି । ଟି୨୦ ବିଶ୍ୱକପ ୨୦୨୬ରେ ସେ କ୍ରମାଗତ ୩ ଥର ଶୂନରେ ଆଉଟ ହୋଇଥିଲେ । ପରେ ଅବଶ୍ୟ ସେ ଗୋଟିଏ ଦୁଇଟି ଭଲ ଇନିଂସ ଖେଳିଥିଲେ ମଧ୍ୟ ତାହା ଯଥେଷ୍ଟ ହୋଇ ନ ଥିଲା ।

ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜରେ ମଧ୍ୟ ସେ ୨ ଥର ଖାତା ଖୋଲି ପାରି ନ ଥିଲେ । ଲକ୍ଷ୍ନୌ ସୁପର ଜ୍ୟାଂଟସ ବିପକ୍ଷ ଆଇପିଏଲ ମ୍ୟାଚରେ ମହମ୍ମଦ ସାମୀ ତାଙ୍କୁ ଶୂନରେ ଆଉଟ କରି ଦେଇଥିଲେ । ଚଳିତ ଆଇପିଏଲରେ ମଧ୍ୟ ଏ ପର୍ଯ୍ୟନ୍ତ ତାଙ୍କ ବ୍ୟାଟ ନୀରବ ରହିଛି । ସେ ୩ଟି ମ୍ୟାଚରେ ୫୫ ରନ ସଂଗ୍ରହ କରିଛନ୍ତି । ଚୟନ କମିଟି ଆଗାମୀ ଦିନିକିଆ ବିଶ୍ୱକପ ପାଇଁ ଦଳ ଚୟନ କରିବା ପୂର୍ବରୁ ଆଇପିଏଲ ପ୍ରଦର୍ଶନ ଉପରେ ନଜର ରଖାଯିବ ବୋଲି ଘୋଷଣା କରି ସାରିଛନ୍ତି ।

Leave A Reply

Your email address will not be published.