ଚେନ୍ନାଇ: ଆଇପିଏଲ ୨୦୨୬ର ରୋମାଂଚ ବଢ଼ିବାରେ ଲାଗିଛି । ଚେନ୍ନାଇ ସୁପର କିଙ୍ଗସ କ୍ରମାଗତ ୨ଟି ମ୍ୟାଚରେ ପରାଜିତ ହୋଇଛି । ରିତୁରାଜ ଗାଏକ୍ୱାଡଙ୍କ ନେତୃତ୍ୱରେ ଦଳ ଏ ପର୍ଯ୍ୟନ୍ତ ବିଜୟ ହାସଲ କରିପାରିନି । ଅପରପକ୍ଷରେ ମହେନ୍ଦ୍ର ସିଂ ଧୋନୀଙ୍କ ଅନୁପସ୍ଥିତି ଦଳକୁ ଅସୁବିଧାରେ ପକାଇଛି । ଧୋନୀ ଏବେ ଅନଫିଟ ଅଛନ୍ତି । ସେ ଅତି କମରେ ୨ ସପ୍ତାହ ବିଶ୍ରାମ ନେବେ ବୋଲି କୁହାଯାଇଥିଲା । ଚେନ୍ନାଇ ଅଧିନାୟକ ରିତୁରାଜ ରବିବାର ଧୋନୀ କେବେ ଖେଳିବେ ସେ ନେଇ ଅପଡେଟ ଦେଇଛନ୍ତି ।
ଟସ ବେଳେ ରବି ଶାସ୍ତ୍ରୀ ତାଙ୍କୁ ଏ ସମ୍ପର୍କରେ ପଚାରିବାରୁ ସେ କହିଥିଲେ, ଧୋନୀ ଦ୍ରୁତ ବେଗରେ ରିକଭରୀ କରୁଛନ୍ତି । ତଥାପି ଆମମାନଙ୍କୁ ଆଉ କିଛି ଦିନ ଅପେକ୍ଷା କରିବାକୁ ପଡିବ । ସେ ଫିଟ ହେବା ସହ ଖେଳିବାକୁ ରାଜି ହେଲେ ଆମମାନଙ୍କ ପାଇଁ ଖୁସୀ ହେବ ବୋଲି ସେ କହିଛନ୍ତି । ଧୋନୀ ଗତ ସଂସ୍କରଣରେ ଭଲ ପ୍ରଦର୍ଶନ କରି ନ ଥିଲା । ଚଳିତ ସଂସ୍କରଣରେ ମଧ୍ୟ ଏ ପର୍ଯ୍ୟନ୍ତ ଦଳ ଦକ୍ଷତା ମୁତାବକ ପ୍ରଦର୍ଶନ କରି ନାହିଁ ।