Latest Odisha News

BREAKING NEWS

ଚେନ୍ନାଇର ହ୍ୟାଟ୍ରିକ ପରାଜୟ: ଟିମ ଡେଭିଡ, ପାଡିକଲଙ୍କ ବିସ୍ଫୋରକ ବ୍ୟାଟିଂ

ବେଙ୍ଗାଲୁର: ଚଳିତ ଆଇପିଏଲରେ ଚେନ୍ନାଇ ସୁପର କିଙ୍ଗସ ନୈରାଶ୍ୟଜନକ ପ୍ରଦର୍ଶନ ଜାରୀ ରଖିଛି । ରବିବାର ରୟାଲ ଚ୍ୟାଲେଞ୍ଜର୍ସ ନିକଟରୁ ଚେନ୍ନାଇ ୪୩ ରନରେ ପରାଜିତ ହୋଇଛି । ଚଳିତ ସଂସ୍କରଣରେ ଚେନ୍ନାଇର ଏହା ହ୍ୟାଟ୍ରିକ ପରାଜୟ । ଅପରପକ୍ଷରେ ବେଙ୍ଗାଲୁର କ୍ରମାଗତ ୨ଟି ମ୍ୟାଚରେ ବିଜୟୀ ହୋଇଛି । ପ୍ରଥମେ ବ୍ୟାଟିଂ କରି ବେଙ୍ଗାଲୁର ଟିମ ଡେଭିଡ, ଦେବଦତ ପାଡିକଲ ଓ ରଜତ ପାଟୀଦାର ବିସ୍ଫୋରକ ବ୍ୟାଟିଂ ସହାୟତାରେ ୩ ୱିକେଟ ବିନିମୟରେ ୨୫୦ ରନ କରିଥିଲା । ପାଡିକଲ ୫୦, ଫିଲ ସଲ୍ଟ ୪୬ ଓ ବିରାଟ କୋହଲି ୨୮ ରନ କରି ଆଉଟ ହୋଇଥିଲେ । ଡେଭିଡ ୭୦ ଓ ପାଟୀଦାର ୪୮ ରନ କରି ଅପରାଜିତ ରହିଥିଲେ ।

୨୫୧ ରନର ଲକ୍ଷ୍ୟକୁ ପିଛା କରି ଚେନ୍ନାଇ ୧୯.୪ ଓଭରରେ ୨୦୭ ରନ କରି ଅଲଆଉଟ ହୋଇ ଯାଇଥିଲା । ସର୍ଫରାଜ ଖାଁ ୫୦, ପ୍ରଶାନ୍ତ ବୀର ୪୩ ଓ ଜେମୀ ଓଭରଟନ ୩୭ ରନ କରି ମ୍ୟାଚରେ କିଛିଟା ରୋମାଂଚ ଭରିଥିଲେ । ଭୁବନେଶ୍ୱର କୁମାର ବେଙ୍ଗାଲୁର ପକ୍ଷରୁ ସର୍ବାଧିକ ୩ଟି ୱିକେଟ ନେଇଥିଲେ । ଜ୍ୟାକବ ଡଫି, ଅଭିନନ୍ଦନ ସିଂ ଓ କୃଣାଳ ପାଣ୍ଡ୍ୟା ୨ଟି ଲେଖାଏଁ ୱିକେଟ ହାସଲ କରିଥିଲେ । ଟିମ ଡେଭିଡ ପ୍ଲେୟାର ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ ।

Leave A Reply

Your email address will not be published.