Latest Odisha News

BREAKING NEWS

ଆଇପିଏଲରୁ ଅବସର କାହିଁକି ନେଲେ କହିଲେ ଅଶ୍ୱୀନ

ଚେନ୍ନାଇ: ଭାରତର ଷ୍ଟାର ସ୍ପିନର ରବିଚନ୍ଦ୍ରନ ଅଶ୍ୱୀନ ହଠାତ ଆଇପିଏଲରୁ ଅବସର ନେଇ ସମସ୍ତଙ୍କୁ ଚକିତ କରି ଦେଇଥିଲେ । ଏବେ ସେ ଅବସର କାହିଁକି ନେଲେ ଖୁଲାସା କରିଛନ୍ତି । ମୁଁ ମାନସିକସ୍ତରରେ ଭାଙ୍ଗି ପଡିଥିଲି । ଆଇପିଏଲ ୨୦୨୫ରେ ମୋ ପ୍ରଦର୍ଶନ ସନ୍ତୋଷଜନକ ରହି ନ ଥିଲା । ମୁଁ ଆହୁରି ମ୍ୟାଚ ଖେଳି ପାରିଥାନ୍ତି ମାତ୍ର ମୋ ନିକଟରେ ଉତ୍ସାହ ରହି ନ ଥିଲା । ୫ ଥର ଚାମ୍ପିୟନ ଟିମ ପକ୍ଷରୁ ଖେଳିଥିଲି ଅଥଚ ଦଳ ଶେଷ ସ୍ଥାନରେ ରହିଥିଲା । ଚଳିତ ସଂସ୍କରଣରେ ମଧ୍ୟ ଚେନ୍ନାଇ କ୍ରମାଗତ ୩ଟି ମ୍ୟାଚ ହାରି ପ୍ରଶଂସକଙ୍କୁ ଚିନ୍ତାରେ ପକାଇ ଦେଇଛି ।

ଟିମ ମ୍ୟାନେଜମେଂଟ ଉପରେ ମୁଁ ବୋଝ ହେବାକୁ ଚାହୁଁ ନ ଥିଲି । ବହୁତ ଚିନ୍ତା କରିବା ପରେ ଚେନ୍ନାଇରୁ ଆରମ୍ଭ କରିଥିଲି ଆଉ ଶେଷ କରିବା ବୁଦ୍ଧିମାନର କାମ ହେବ । ଅବସର ନିଷ୍ପତି ମୋର ନିଜସ୍ୱ ଥିଲା । ଅବସର ନ ନେଇଥିଲେ ମ୍ୟାନେଜମେଂଟକୁ ରିଲିଜ କରିବା ପାଇଁ ବାଧ୍ୟ କରିଥାନ୍ତି । ଏହା ମାଧ୍ୟମରେ ସେମାନଙ୍କ ଅର୍ଥ ବଂଚିଥାନ୍ତା । ଶେଷରେ ଅବସର ନେବା ଠିକ ବୋଲି ଭାବିଥିଲି । ଏକପ୍ରକାର ଘରୋଇ ଟିମର ଦୟନୀୟ ଅବସ୍ଥା ମୋତେ ଅସହାୟ କରି ଦେଇଥିଲା ବୋଲି ଅଶ୍ୱୀନ କହିଛନ୍ତି ।

Leave A Reply

Your email address will not be published.