କଟକ: ରିମାଣ୍ଡରେ ଯିବ କୁଖ୍ୟାତ ଅପରାଧୀ ରାଜା ସାହାଣୀ। ୭ ଦିନିଆ ରିମାଣ୍ଡରେ ନେବାକୁ ଅନୁମତି ଦେଲେ JMFC କୋର୍ଟ। କାଲିଠୁ ୧୫ ତାରିଖ ଯାଏଁ ରିମାଣ୍ଡରେ ନେବ କର୍ଣ୍ଣାଟକ ପୋଲିସ। ୨୦ କୋଟି ଟଙ୍କାର ସୁନା ଗହଣା ଲୁଟ୍ ମାମଲାରେ କରିବ ପଚରାଉଚରା। ଆସନ୍ତା ୯ ତାରିଖରୁ ୧୫ ତାରିଖ ଯାଏଁ ରିମାଣ୍ଡରେ ନେବାକୁ ଅନୁମତି ମିଳିଛି।
ସୂଚନାଯୋଗ୍ୟ, ୬ ମାସ ପରେ ପୁଣି ଚୌଦ୍ବାର ଜେଲରେ ରାଜା ସାହାଣୀ। ୩ ନମ୍ବର ୱାର୍ଡର ୨ ନମ୍ବର ସେଲରେ ଥିଲେ ହାର୍ଡକୋର ଅପରାଧୀ। ରାଜାର ଗତିବିଧି ଉପରେ ନଜର ରଖିବା ପାଇଁ ସ୍ବତନ୍ତ୍ର ଟିମ୍ ନିୟୋଜିତ କରାଯାଇଥିଲେ। ରାଜାକୁ ହାଇ ସିକ୍ୟୁରିଟି ସେଲରେ ରଖାଯାଇଥିଲା। ତିନି ଜଣ ସ୍ୱତନ୍ତ୍ର ଜେଲ ଅଧିକାରୀ ତାକୁ ୨୪ ଘଣ୍ଟିଆ ନଜର ରଖୁଥିଲେ। ଡବଲ ସିସିଟିଭି ସର୍ଭେଲାନ୍ସରେ ରହିଛି ରାଜା ଏକ ସ୍ୱତନ୍ତ୍ର ଟିମ୍ ସିସିଟିଭି ମନିଟର କରୁଥିଲା। ତାକୁ ସ୍ବତନ୍ତ୍ର ରେଡ୍ କ୍ୟାପ୍ ଦିଆଯାଇଥିଲା।