କୋଲକାତା: ଚଳିତ ଆଇପିଏଲରେ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷ ମ୍ୟାଚରେ ମ୍ୟାଚ ବିଜୟୀ ବୋଲିଂ ପ୍ରଦର୍ଶନ କରି ମହମ୍ମଦ ସାମୀ ଚର୍ଚ୍ଚାରେ ରହିଛନ୍ତି । ଏହା ମାଧ୍ୟମରେ ସେ ତାଙ୍କ ସମାଲୋଚକଙ୍କ ମୁହଁ ବନ୍ଦ କରିବାରେ ସଫଳ ହୋଇଛନ୍ତି । ଦୀର୍ଘ ସମୟ ଏଠାରେ ଖେଳିଥିବାରୁ ମୁଁ ଇଡେନ ଗାର୍ଡେନ ପିଚ ସହ ଅଭ୍ୟସ୍ତ । ମୋତେ ଏହାର ଫାଇଦା ନିଶ୍ଚିତ ମିିଳିବ ବୋଲି ସେ କହିଛନ୍ତି । ଏହି ଅବସରରେ ସେ ପରୋକ୍ଷରେ ଚୟନ କମିଟିଙ୍କୁ ଟାର୍ଗେଟ କରିଥିଲେ ।
ସାମୀ କହିଥିଲେ ଆମେ ପରିଶ୍ରମୀ ଓ ଶ୍ରମିକ ଶ୍ରେଣୀର ଖେଳାଳି । ବଲ ପକାଇବା ଆମ କାବ । ଜୀବନରେ ସଫଳତା ବିଫଳତା ଲାଗି ରହିଛି । ଯଦି ତୁମେ ସଂଘର୍ଷ କରି ଆସିଛ ତେବେ ନିଶ୍ଚିତ ଭାବେ ସଫଳ ହେବ ବୋଲି ସାମୀ କହିଛନ୍ତି । କ୍ରିକେଟ ପ୍ରତି ଭଲପାଇବା ଏବେ ବି ମୋ ନିକଟରେ ପର୍ଯ୍ୟାନ୍ତ ପରିମାଣର ଅଛି । ଏହି ଭୋକ ମରିଗଲେ ଅନ୍ୟ କଥା ଚିନ୍ତା କରିବି ବୋଲି ସାମୀ କହିଛନ୍ତି ।