ଭୁବନେଶ୍ବର:ରାଜ୍ୟର ପେଟ୍ରୋଲ୍ ପମ୍ପରେ ମିଳିବ ୫ କେଜି ଏଲ୍ପିଜି ଗ୍ୟାସ୍ । ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ପ୍ରେସ୍ମିଟ୍ରେ ଦେଲେ ସୂଚନା । ୫ କେଜି ଏଲପିଜି ଗ୍ୟାସ ପ୍ରଚୁର ମାତ୍ରାରେ ଉପଲବ୍ଧ ରହିଛି।ଦେଶର ଗ୍ୟାସ କମ୍ପାନୀମାନେ ଉପଲବ୍ଧ କରାଇବେ। କେନ୍ଦ୍ର ସରକାରଙ୍କର ଫ୍ରି ଟ୍ରେଡ଼ ଏଲପିଜି ସ୍କିମ ମାଧ୍ୟମରେ ଏହା ଉପଲବ୍ଧ ହେବ। କେବଳ ପରିଚୟପତ୍ର ଦେଖେଇକି ୫ କେଜି ଗ୍ୟାସ୍ ନେଇପାରିବେ ।
୫କେଜି ଗ୍ୟାସ ନେବା ପାଇଁ ୧୫୩୭ ଟଙ୍କା ଦେବାକୁ ପଡ଼ିବ। ରିଫିଲିଂ ପାଇଁ ୫୯୩ ଟଙ୍କା ଦେବାକୁ ପଡିବ । କେବଳ କମ୍ପାନୀ ସିଲିଣ୍ଡର ହିଁ ରିଫିଲିଂ ହେବ। ବାହାର ସିଲିଣ୍ଡର ହେବନି। ଆଇଓସିଏଲ, ଏଚପିସିଏଲ, ବିପିସିଏଲ ଗ୍ୟାସ ହିଁ ନେଇପାରିବେ। ଯେକୌଣସି ସ୍ଥାନରୁ ଚାହିଁଲେ ନେଇପାରିବେ।