Latest Odisha News

BREAKING NEWS

୮୨ ଗ୍ରାମର ବ୍ରାଉନ୍‌ସୁଗାର ଜବତ, ଅଭିଯୁକ୍ତ ଗିରଫ

ଜଗତସିଂହପୁର: ବାଲିକୁଦା ଅବକାରୀ ଥାନା ପକ୍ଷରୁ ଅସିଳୋ ଛକରେ ଚଢ଼ାଉ କରାଯାଇ ୮୨ ଗ୍ରାମର ବ୍ରାଉନସୁଗାର ଜବତ କରାଯାଇଛି । ବିଶେଷ ସୂତ୍ରକୁ ଆଧାର କରି ଜଗତସିଂହପୁର ଅବକାରୀ ରେଞ୍ଜ ଇନ୍ସପେକ୍ଟର ଶ୍ରୀକାନ୍ତ କୁମାର ପଟ୍ଟନାୟକଙ୍କ ନେତୃତ୍ବରେ ଏକ ଟିମ୍‌ ଅସିଳୋ ଛକ ଠାରେ ଚଢାଉ କରିଥିଲେ।

ସୂଚନାମୁତାବକ, ବ୍ରାଉନସୁଗାର ବିକ୍ରି କରିବାକୁ ଆସିଥିବା ପୁରୀଜିଲ୍ଲା ଅସ୍ତରଙ୍ଗ ଥାନାର କୂଳସାହି ଗ୍ରାମର ମାୟାଧର ସାହୁଙ୍କ ପୁଅ ବିଶ୍ବଜିତ ସାହୁ (୩୧) ଙ୍କଠାରୁ ୮୨ ଗ୍ରାମର ବ୍ରାଉନସୁଗାର ଜବତ କରାଯାଇଛି । ଏକ ବଜାଜ ପଲସର ମୋଟରସାଇକେଲ (ଓଡି-୧୩-ୱାଇ-୨୧୫୩) ଓ ଏକ ମୋବାଇଲ ଫୋନ ମଧ୍ୟ ଜବତ କରାଯାଇଛି । ଅଭିଯୁକ୍ତଙ୍କୁ ଜିଲ୍ଲା ଦୌରାଜଜ ଅଦାଲତ ଚାଲଣ କରାଯାଇଥିଲା। ଅଭିଯୁକ୍ତଙ୍କ ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ କାରାଗାର ପଠାଇଦିଆଯାଇଛି।

Leave A Reply

Your email address will not be published.