ଚେନ୍ନାଇ: ଆଇପିଏଲ ୨୦୨୬ର ପ୍ରଥମ ୪ଟି ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗସର ପ୍ରଦର୍ଶନ ନୈରାଶ୍ୟଜନକ ରହିଛି । ଦଳର ଷ୍ଟାର ଖେଳାଳି ଏମଏସ ଧୋନୀ ଆଘାତ ସମସ୍ୟା ଯୋଗୁ ଏହି ୪ଟି ମ୍ୟାଚ ଖେଳି ନାହାନ୍ତି । ଧୋନୀଙ୍କ ପ୍ରତ୍ୟାବର୍ତନ ନେଇ ଭିନ୍ନ ଭିନ୍ନ ଖବର ପ୍ରକାଶ ପାଉଥିବାରୁ ପ୍ରଶଂସକମାନେ ଚିନ୍ତାରେ ପଡି ଯାଇଛନ୍ତି । ଦଳର ଅଧିନାୟକ ରିତୁରାଜ ଗାଏକ୍ୱାଡ ଏ ସମ୍ପର୍କରେ ତାଜା ଅପଡେଟ ଦେଇଛନ୍ତି । ସେ କହିଛନ୍ତି ଆପଣମାନେ ଯାହାକୁ ଖୋଜୁଛନ୍ତି ସେ ଆମ ମ୍ୟାଚ ହୋଟେଲରେ ଦେଖି ଭରପୂର ସମର୍ଥନ ଦେଉଛନ୍ତି । ଖୁବ ଶୀଘ୍ର ସେ ପଡିଆକୁ ଫେରିବେ । ଆପଣମାନେ ଧୈର୍ଯ୍ୟ ସହକାରେ ଅପେକ୍ଷା କରନ୍ତୁ ।
ଚେନ୍ନାଇ ପ୍ରଥମ ବିଜୟଧାରାକୁ ଫେରିବା ପାଇଁ ଉଦ୍ୟମ କରୁଛି । ପ୍ରଥମ ୩ଟି ମ୍ୟାଚରେ ହୋଇଥିବା ତ୍ରୁଟି ଯଥାସମ୍ଭବ ସୁଧାର ଯାଇଛି । ଡେୱାଲ୍ଡ ବ୍ରେଭିସଙ୍କ ଦଳକୁ ଫେରିବା ଆମ ପାଇଁ ଖୁସୀ ଖବର । ତାଙ୍କ ଉପସ୍ଥିତି ଆମ ବ୍ୟାଟିଂ ଲାଇନଅପକୁ ମଜଭୁତ କରିବ ବୋଲି ଗାଏକ୍ୱାଡ କହିଛନ୍ତି । ଗତ ସଂସ୍କରଣରେ ଚେନ୍ନାଇ ନୈରାଶ୍ୟଜନକ ପ୍ରଦର୍ଶନ କରି ଶେଷ ସ୍ଥାନରେ ରହିଥିଲା ।