Latest Odisha News

BREAKING NEWS

Rath Workshop: ରଥ ଖଳା ସୁରକ୍ଷା ଚିନ୍ତା; ଲାଗିବ ୧୨ଟି କ୍ୟାମେରା

ପୁରୀ: ଆସନ୍ତା ୨୦ ତାରିଖରେ ଅକ୍ଷୟ ତୃତୀୟା ରହିଥିବାବେଳେ ରଥାନିର୍ମାଣ କାର୍ଯ୍ୟ ଆରମ୍ଭ ହେବ । ଏଥର ରଥ ଖଳାରେ ଲାଗିବ ସିସିଟିଭି କ୍ୟାମେରା । ୧୨ଟି ସିସିଟିଭି କ୍ୟାମେରା ଜଗିବେ ସମ୍ପୂର୍ଣ୍ଣ ରଥ ଖଳାକୁ । ରଥ ଖଳାର ସୁରକ୍ଷାକୁ ଫୋକସରେ ରଖି ଏହି ଭଳି ନିଷ୍ପତ୍ତି ନିଆଯାଇଛି ।

ତେବେ PTZ କ୍ୟାମେରା ଲାଗିବ ଅର୍ଥାତ୍ ପ୍ୟାନ, ଟିଲଟ, ଜୁମ୍ କ୍ୟାମେରା । ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟନ୍ତ ଅର୍ଥାତ୍ ୨୦ ଏପ୍ରିଲ ରୁ ୧୫ ଜୁଲାଇ ପର୍ଯ୍ୟନ୍ତ ଅସ୍ଥାୟୀ ଭାବରେ ଏହି କ୍ୟାମେରା ଗୁଡ଼ିକ ରଥଖଳାରେ ଲାଗିବ ।

ସେହିପରି, ଚନ୍ଦନ ଚକଡ଼ା ବା ନରେନ୍ଦ୍ର ଚକଡ଼ାରେ ବି ଲାଗିବ ୧୪ଟି ସିସିଟିଭି । ଯେଉଁଥିରେ ରହିବ ୨ PTZ କ୍ୟାମେରା । ୨୦ ଏପ୍ରିଲରୁ ୧୦ ମେ, ଚନ୍ଦନଯାତ୍ରା ଶେଷ ପର୍ଯ୍ୟନ୍ତ ଅସ୍ଥାୟୀ ଭାବରେ ଲାଗିବ ଏହି କ୍ୟାମେରା । ପୋଲିସ କଣ୍ଟ୍ରୋଲ ରୁମ୍ ନଜରରେ ରହିବ ଏହି କ୍ୟାମେରା ।

Leave A Reply

Your email address will not be published.