Latest Odisha News

BREAKING NEWS

ବୋଲ୍ଟଙ୍କୁ ପଛରେ ପକାଇଲେ ଅଷ୍ଟ୍ରେଲିଆର ଏହି ଧାବକ

ସିଡନୀ: ବିଶ୍ୱର ଦ୍ରୁତତମ ଧାବକ ଉସେନ ବୋଲ୍ଟଙ୍କ ରେକର୍ଡ ଅଷ୍ଟ୍ରେଲିଆର ଗାଉଟ ଗାଉଟ ଭାଙ୍ଗି ଏବେ ଚର୍ଚ୍ଚାରେ ରହିଛନ୍ତି । ୨୦ ବର୍ଷରୁ କମ ଅଷ୍ଟ୍ରେଲୀୟ ଆଥଲେଟିକ୍ସ ଚାମ୍ପିୟନଶିପରେ ସେ ୨୦୦ ମିଟର ରେସ ୧୯.୬୭ ସେକେଣ୍ଡରେ ସମ୍ପୂର୍ଣ୍ଣ କରିଥିଲେ । ଯାହାକି ନୂତନ ବିଶ୍ୱରେକର୍ଡ । ପୂର୍ବରୁ ଏହି ରେକଡ ଆମେରିକାର ଏରିୟନ ନାଇଟନଙ୍କ ନାମରେ ଥିଲା । ସେ ୨୦୨୨ରେ ୧୯.୬୯ ସେକେଣ୍ଡରେ ରେସ ସମ୍ପୂର୍ଣ୍ଣ କରିଥିଲେ । ବୋଲ୍ଟ ୧୮ ବର୍ଷ ବୟସରେ ୨୦୦୪ ଅଲିମ୍ପିକ୍ସରେ ଅଂଶଗ୍ରହଣ କରିଥିଲେ । ସେ ୧୯.୯୩ ସେକେଣ୍ଡରେ ରେସ ସମ୍ପୂର୍ଣ୍ଣ କରିଥିଲେ ।

ଗାଉଟ ସହଜରେ ବୋଲ୍ଟଙ୍କୁ ପଛରେ ପକାଇ ଦେଇଥିବାରୁ ଖୁବ ଶୀଘ୍ର ସେ ବିଶ୍ୱର ଦ୍ରୁତତମ ଧାବକ ସାଜିବେ ବୋଲି ଭବିଷ୍ୟବାଣୀ କରାଯାଉଛି । ୨୦.୦୨ ସେକେଣ୍ଡ ଏହା ପୂର୍ବରୁ ଗାଉଟଙ୍କ ଶ୍ରେଷ୍ଠ ପ୍ରଦର୍ଶନ ଥିଲା । ଗାଉଟ ଅଷ୍ଟ୍ରେଲିଆର କୁଇନ୍ସଲାଣ୍ଡରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପରିବାର ୨୦୦୫ରେ ସାଉଥ ସୁଡାନରୁ ଅଷ୍ଟ୍ରେଲିଆ ଆସିଥିଲେ । ୨୦୨୪ରେ ସେ ୨୦ ବର୍ଷରୁ କମ ବିଭାଗରେ ମାତ୍ର ୧୬ ବର୍ଷ ବୟସରେ ୨୦୦ ମିଟର ବିଭାଗରେ ରୌପ୍ୟ ପଦକ ଜିତିଥିଲେ । ସେ ଏବେ ୨୦ ବର୍ଷରୁ କମ ବିଶ୍ୱ ଚାମ୍ପିୟନଶିପ ପାଇଁ ପ୍ରସ୍ତୁତି କରୁଛନ୍ତି ।

Leave A Reply

Your email address will not be published.