Latest Odisha News

BREAKING NEWS

Femina Miss India 2026:କିଟ୍‍ ରେ ଆୟୋଜନ ହେବ ଫେମିନା ମିସ୍ ଇଣ୍ଡିଆ ଇଭେଣ୍ଟ ୨୦୨୬:ବିଭିନ୍ନ ରାଜ୍ୟରୁ ପହଞ୍ଚିଲେ ସୁନ୍ଦରୀ

ଭୁବନେଶ୍ୱର: ଏପ୍ରିଲ ୧୮ତାରିଖରେ କିଟ୍‍ ରେ ଅନୁଷ୍ଠିତ ହେବାକୁ ଥିବା ୬୧ତମ ଫେମିନା ମିସ୍ ଇଣ୍ଡିଆ ଇଭେଣ୍ଟ ପାଇଁ ଯୋଗ୍ୟତା ଅର୍ଜନ କରିଥିବା ଦେଶବ୍ୟାପୀ ୩୦ ଜଣ ରାଜ୍ୟ ବିଜେତା ଆଜି କ୍ୟାମ୍ପସରେ ପହଞ୍ଚିବା ପରେ ସେମାନଙ୍କୁ କିଟ୍‍ ଓ କିସ୍‍ ପକ୍ଷରୁ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା ଦିଆଯାଇଥିଲା। ଏହି କାର୍ଯ୍ୟକ୍ରମରେ ଫେମିନା ମିସ୍‍ ଇଣ୍ଡିଆ ୨୦୨୪ ନିକିତା ପରୱାଲ୍‍, କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ, କିଟ୍‍ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଶରଣଜିତ ସିଂହ, କିଟ୍‍ ଆର୍କିଟେକଚର ସ୍କୁଲ୍‍ର ମହାନିର୍ଦ୍ଦେଶକ ଏସ ଏସ୍‍ ରାୟ ପ୍ରମୁଖ ଉପସ୍ଥିତ ରହି ପ୍ରତିଯୋଗୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ।

ଏଭଳି ଏକ ମର୍ଯ୍ୟାଦାଜନକ କାର୍ଯ୍ୟକ୍ରମ କିଟ୍‍ କ୍ୟାମ୍ପସରେ ଆୟୋଜନ କରାଯାଉଥିବାରୁ ଏହା ଓଡ଼ିଶା ପାଇଁ ଗର୍ବର ବିଷୟ। ଦେଶର ପୂର୍ବାଞ୍ଚଳରେ ଏଭଳି କାର୍ଯ୍ୟକ୍ରମ ପ୍ରଥମ ଥର ପାଇଁ ଏକ ବିଶ୍ୱବିଦ୍ୟାଳୟରେ ଆୟୋଜନ କରାଯାଉଛି। ଓଡ଼ିଶା ପର୍ଯ୍ୟଟନ ବିଭାଗ ସହମତି କ୍ରମେ କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଏହି କାର୍ଯ୍ୟକ୍ରମ ପାଇଁ ସମସ୍ତ ଆୟୋଜନ କରିଛନ୍ତି।

ଫେମିନା ମିସ୍‍ ଇଣ୍ଡିଆ ପ୍ରତିଯୋଗିତା ଭାରତରେ ଆୟୋଜିତ ହେଉଥିବା ପ୍ରସିଦ୍ଧ ସୁନ୍ଦରୀ ପ୍ରତିଯୋଗିତା ମଧ୍ୟରୁ ଅନ୍ୟତମ। ଏହି ପ୍ରତିଯୋଗିତା ନିଜ ନିଜ ରାଜ୍ୟରେ କରାଇବା ପାଇଁ ବିଭିନ୍ନ ରାଜ୍ୟ ପ୍ରତିଦ୍ୱନ୍ଦ୍ୱିତା କରିଥାନ୍ତି।

Leave A Reply

Your email address will not be published.