Latest Odisha News

BREAKING NEWS

କରେଣ୍ଟ ଲାଗି ଚାଲିଗଲା ୩ ଦଣ୍ଡୁଆଙ୍କ ଜୀବନ, ୨ ଗୁରୁତର

ଅନୁଗୁଳ: ଢେଙ୍କାନାଳ ଜିଲ୍ଲା ପାଟଲ୍ ଗ୍ରାମରେ ଅଘଟଣ । ୧୧ କେଭି ତାର ସଂସ୍ପର୍ଶରେ ଆସି ୩ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ମାନେ ହେଲେ ବାଲିମି ଥାନା ପାଟଲ୍ ଗ୍ରାମର ସୁଧାକର ସାହୁ (୩୨), ଲକ୍ଷ୍ମୀଧର ସାହୁ(୨୪) ଏବଂ ମୋଟଙ୍ଗା ଥାନା ବିଡ଼ ଗ୍ରାମର ମିଲନ ମହାଳିକ (୩୪) । ଗୁରୁତର ଦୁଇ ଜଣ ହେଲେ ପାଟଲ୍ ଗ୍ରାମର ପ୍ରଫୁଲ୍ଲ ତରାଇ (୫୦) ଓ ନିର୍ମଳ ସାହୁ ।

ଦଣ୍ଡନାଚ ପାଇଁ ଟେଣ୍ଟ ପ୍ରସ୍ତୁତ କରୁଥିବାବେଳ ଏଭଳି ଅଘଟଣ ଘଟିଥିଲା । ଗୁରୁତରଙ୍କୁ ତୁରନ୍ତ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। କିନ୍ତୁ ଚିକିତ୍ସାଳୟରେ ଡାକ୍ତର ତିନିଜଣଙ୍କୁ ମୃତ ଘୋଷଣା କରିଥିଲେ ।

ସୂଚନା ଅନୁସାରେ, ଗ୍ରାମରେ ମାଆ କାଳୀଙ୍କ ଦଣ୍ଡ ନାଚ ପାଇଁ ରବିବାର ସନ୍ଧ୍ୟା ସମୟରେ କିଛି ଜଣ ଷ୍ଟେଜ ଭିଡୁଥିଲେ । ଏହି ସମୟରେ ଲୁହା ପାଇପ ୧୧କେଭି କେବୁଲରେ ଲାଗି ୫ ଜଣ ଗୁରୁତର ହୋଇଥିଲେ । ତେବେ ଏଭଳି ଏକ ଅଘଟଣ ପାଇଁ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

Leave A Reply

Your email address will not be published.