ଗଜପତି: ଗଜପତି ଜିଲ୍ଲା ନୁଆଁଗଡ ବ୍ଳକ ଅନ୍ତର୍ଗତ ରୁବୁଡି ସିଂ ପ୍ରାଥମିକ ସ୍କୁଲରେ ଅଘଟଣ । ସ୍କୁଲ୍ ପାଚେରୀ ଭୁଶୁଡ଼ି ୨ ଛାତ୍ରୀ ମୃତ । ଛାତ୍ରୀମାନେ ଖେଳୁଥିବା ବେଳେ ଏହି ଅଘଟଣ ଘଟିଥିବା ଜଣାପଡିଛି। ମୃତକମାନେ ହେଲେ ଚତୁର୍ଥ ଶ୍ରେଣୀର ଏରନତି ରଇତ (୯) ଓ ପଞ୍ଚମ ଶ୍ରେଣୀର ବେକିଲେସ ରଇତ (୧୦)।
ଖବରମୁତାବକ, ବୁଧବାର ସକାଳୁ ସ୍କୁଲକୁ ଯାଇଥିଲେ ଛାତ୍ରୀମାନେ । ଛାତ୍ରୀମାନେ ଖେଳୁଥିବା ବେଳେ ସ୍କୁଲ୍ ପାଚେରୀ ନିକଟରେ ଥିଲେ। ଏହି ସମୟରେ ହଠାତ ଭୁଶୁଡ଼ି ପଡ଼ିଥିଲା ଏବଂ ପିଲାମାନଙ୍କର ଉପରେ ପଡ଼ିଥିଲା। ଘଟଣାସ୍ଥଳର ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ସୂଚନା ପାଇ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରିଥିଲା ଓ ଉଭୟଙ୍କ ମୃତଦେହ ବ୍ୟବଚ୍ଛେଦ ପାଇଁ ପାରଳାଖେମୁଣ୍ଡି ପଠାଇଛି ।
ଏହି ଅଭାବନୀୟ ଘଟଣା ଶିକ୍ଷକଙ୍କ ଅବହେଳାରୁ ଘଟିଥିବା ଅଭିଯୋଗ ହୋଇଛି। ଏପଟେ ମୁଖ୍ୟମନ୍ତ୍ରୀ ଶୋକ ପ୍ରକାଶ କରିବା ସହ RDCସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଦକ୍ଷିଣାଞ୍ଚଳ ରାଜସ୍ବ କମିଶନର ଏହି ଘଟଣାର ତଦନ୍ତ କରିବେ। ୨ ମୃତ ଛାତ୍ରୀଙ୍କ ପରିବାରକୁ ୩ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଘୋଷଣା ମଧ୍ୟ କରିଛନ୍ତି ।