Latest Odisha News

BREAKING NEWS

Launch Odisha Janata Congress:’ଓଡିଶା ଜନତା କଂଗ୍ରେସ’ ଦଳ ଲୋକାର୍ପିତ କଲେ ମୋକିମ; କହିଲେ-ପୌର ଓ ପଞ୍ଚାୟତ ନିର୍ବାଚନରେ ଦଳ ଲଢିବ

ଭୁବନେଶ୍ବର:ପୂର୍ବତନ କଂଗ୍ରେସ ବିଧାୟକ ମହମ୍ମଦ ମୋକିମ ‘ଓଡ଼ିଶା ଜନତା କଂଗ୍ରେସ’ ନାମକ ନୂଆ ଆଞ୍ଚଳିକ ଦଳ ଶୁଭାରମ୍ଭ କରିଛନ୍ତି । ଭୁବନେଶ୍ୱରର ୟୁନିଟ-୩ ସ୍ଥିତ ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ବୃହତ୍ ସଭାରେ ଦଳର ଶକ୍ତି ପ୍ରଦର୍ଶନ ସହ ଏହାର ଆଧିକାରିକ ଘୋଷଣା ହୋଇଛି । ସରକାର ପରିବର୍ତ୍ତନ ହେଲେ ମଧ୍ୟ ପ୍ରଣାଳୀରେ ପରିବର୍ତ୍ତନ ଆସିନାହିଁ ବୋଲି ସେ ଆକ୍ଷେପ କରିଥିଲେ ।

ମୋକିମ କହିଛନ୍ତି ଯେ, ଓଡ଼ିଆଙ୍କ ହକ ପାଇଁ ଓଡ଼ିଆ ଜନତା କଂଗ୍ରେସ ଲଢିବ । ଓଡ଼ିଶା ଜନତା କଂଗ୍ରେସ ବିଜେପିର ବିକଳ୍ପ ହେବ। ଆଗାମୀ ପୌର ଓ ପଞ୍ଚାୟତ ନିର୍ବାଚନରେ ଦଳ ଲଢିବ, ଯାହା ଉଭୟ ଶାସକ ଓ ବିରୋଧୀ ଦଳରେ କମ୍ପନ ସୃଷ୍ଟି କରିଛି। ଓଡ଼ିଶାର ଯୁବଶକ୍ତି, ନାରୀଶକ୍ତି, ଶ୍ରମିକ ଓ ଚାଷୀମାନଙ୍କ ଉନ୍ନତିକୁ ଆଖିରେ ରଖି ଏହି ଦଳ କାମ କରିବ ।

ଆହୁରି ସେ କହିଛନ୍ତି, ବିଗତ ସରକାରରେ ଓଡ଼ିଶାରେ ତାମିଲନାଡୁ କଣ୍ଟ୍ରାକ୍ଟର, ବାହାର ରାଜ୍ୟର ପୁଞ୍ଜିପତି, ଓଡ଼ିଶାକୁ ଶୋଷଣ କରୁଥିଲେ। ସେ ସରକାର ଏବଂ ବର୍ତ୍ତମାନର ସରକାର ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ। ସରକାର ପରିବର୍ତ୍ତନ ହୋଇଛି ସତ। କିନ୍ତୁ ଢାଞ୍ଚାରେ ପରିବର୍ତ୍ତନ ହୋଇ ନାହିଁ। ତାମିଲନାଡୁ ପରେ ଏବେ ଗୁଜୁରାଟ ଢାଞ୍ଚା ଆସିଛି।

ଦଳର ଲୋକାର୍ପଣ ସଭାରେ ସର୍ବଧର୍ମ ସମନ୍ୱୟର ବାର୍ତ୍ତା ଦେବାକୁ ମହମ୍ମଦ ମୋକିମ ବିଭିନ୍ନ ଧର୍ମର ପ୍ରତିନିଧିମାନଙ୍କୁ ନେଇ ପ୍ରଦୀପ ପ୍ରଜ୍ୱଳନ କରାଇଥିଲେ, ଯାହା ମଞ୍ଚରେ ଧର୍ମନିରପେକ୍ଷତାର ଝଲକ ଦେଖାଇଥିଲା । ଏହି ସଭାରେ ମୋକିମଙ୍କ ଝିଅ ଓ ବିଧାୟିକା ସୋଫିଆ ଫିର୍ଦୋଷ ମଧ୍ୟ ଉପସ୍ଥିତ ଥିଲେ । ନୂଆ ଦଳରେ ତାଙ୍କ ଯୋଗଦାନ ନେଇ ଚର୍ଚ୍ଚା ଚାଲିଥିଲେ ମଧ୍ୟ ସେ ଏହା ଉପରେ କିଛି ସ୍ପଷ୍ଟ କହିନଥିଲେ, କିନ୍ତୁ ନୂଆ ଦଳକୁ ଶୁଭେଚ୍ଛା ଜଣାଇଥିଲେ ।

Leave A Reply

Your email address will not be published.