Latest Odisha News

BREAKING NEWS

ଦୁଇ ସ୍ବାମୀ ଜଣେ ସ୍ତ୍ରୀ ବିଶ୍ବାସ ନହେଲେ ବି ସତ

ସିମଲା: ଆମେ ଆପଣଙ୍କୁ ଏମିତି ଏକ ଖବର କହିବୁ ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ, ହେଲେ ଏହା ସତ । ହିମାଚଳ ପ୍ରଦେଶରୁ ସାମ୍ନାକୁ ଆସିଛି ଏକ ନିଆରା ଖବର। ଗୋଟିଏ ପରିବାର, ଜଣେ ପତ୍ନୀ କିନ୍ତୁ ଦୁଇଜଣ ସ୍ୱାମୀ। ଆଉ ବିବାହର ୧୦ ମାସ ପରେ ଏହି ପରିବାରକୁ ଆସିଛନ୍ତି ଜଣେ କୁନି ଅତିଥି। ପିତା ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି ଦୁଇ ଭାଇ।

ଜୁଲାଇ ୨୦୨୫ରେ ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଥିଲା ହିମାଚଳର ଶିଲାଇ ଗାଁର ପ୍ରଦୀପ ନେଗୀ ଏବଂ କପିଲ ନେଗୀଙ୍କ ବିବାହ। ଏହି ଦୁଇ ଭାଇ ଜଣେ ଯୁବତୀ ସୁନିତାଙ୍କୁ ଏକାସାଙ୍ଗରେ ବିବାହ କରିଥିଲେ। ଏବେ ଠିକ୍ ୧୦ ମାସ ପରେ ଏହି ପରିବାରରେ ଖୁସିର ଲହରି ଖେଳିଯାଇଛି। ସୁନିତା ଏକ ସନ୍ତାନକୁ ଜନ୍ମ ଦେଇଛନ୍ତି, ଆଉ ଏଥିପାଇଁ ସାରା ଅଞ୍ଚଳରେ ଏବେ ଉତ୍ସବର ମାହୋଲ।

ଆପଣଙ୍କୁ ଲାଗୁଥିବ ଏହା କେମିତି ସମ୍ଭବ ? କିନ୍ତୁ ସିରମୌର ଜିଲ୍ଲାର ଗିରିପାର ଅଞ୍ଚଳରେ ରହୁଥିବା ‘ହାଟୀ ସମ୍ପ୍ରଦାୟ’ ମଧ୍ୟରେ ଏହି ପରମ୍ପରା ଶହଶହ ବର୍ଷ ଧରି ଚାଲିଆସୁଛି। ଏହାକୁ ସ୍ଥାନୀୟ ଭାଷାରେ ‘ଯୋଡ଼ିଦାର ବିବାହ’ ବା ବହୁପତି ପ୍ରଥା କୁହାଯାଏ। ତେବେ ଏହି ପ୍ରଥା ପଛରେ ରହିଛି କିଛି ଖାସ୍ କାରଣ:
ପରିବାରର ଚାଷ ଜମି ଯେମିତି ଭାଗ ଭାଗ ନହୁଏ। ଭାଇମାନଙ୍କ ମଧ୍ୟରେ ସମ୍ପର୍କ ଏବଂ ଭଲପାଇବା ଅତୁଟ ରହେ। ଆର୍ଥିକ ସ୍ଥିତି ସୁଦୃଢ଼ ରହେ ଏବଂ ପରିବାର ଗୋଟିଏ ଛାତ ତଳେ ଏକାଠି ରହେ।

ପିତା ହେବାର ଏହି ମହାନ୍ ସୁଯୋଗ ପାଇ ଦୁଇ ଭାଇ ଭାବୁକ ହୋଇପଡ଼ିଛନ୍ତି। ଜଳଶକ୍ତି ବିଭାଗରେ କାମ କରୁଥିବା ବଡ଼ଭାଇ ପ୍ରଦୀପ ଏବଂ ବିଦେଶରେ ଚାକିରି କରୁଥିବା ସାନଭାଇ କପିଲ ସୋସିଆଲ ମିଡିଆରେ ନିଜର ଖୁସି ଜାହିର କରିଛନ୍ତି। ଉଭୟ ସୋସିଆଲ ମିଡିଆରେ ଲେଖିଛନ୍ତି ଯେ- “ଆମର ଏହି ଛୋଟ ପରିବାର ମଧ୍ୟକୁ ଆଜି ଏକ କୁନି ଅତିଥି ଆସିଛି, ଯିଏ କେବଳ ଘର ନୁହେଁ ଆମ ହୃଦୟକୁ ମଧ୍ୟ ଖୁସିରେ ଭରି ଦେଇଛି।

ଆଧୁନିକତା ସତ୍ତ୍ୱେ ବି ନିଜର ପାରମ୍ପରିକ ପ୍ରଥାକୁ ବଞ୍ଚାଇ ରଖିଥିବା ଏହି ପରିବାର ଏବେ ସାରା ଦେଶରେ ଚର୍ଚ୍ଚାରେ। ଏହି ନିଆରା ବିବାହ ଏବଂ କୁନି ଅତିଥିଙ୍କ ପାଇଁ ସୋସିଆଲ ମିଡିଆରେ ଏବେ ଶୁଭେଚ୍ଛାର ସୁଅ ଛୁଟିଛି।

Leave A Reply

Your email address will not be published.