ନୂଆଦିଲ୍ଲୀ: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଶ୍ୱର ସବୁଠାରୁ ଲୋକପ୍ରିୟ ନେତା ଭାବେ ମନୋନିତ ହୋଇଛନ୍ତି । ୨୪ଟି ଗଣତାନ୍ତ୍ରିକ ଦେଶରେ କରାଯାଇଥିବା ଏକ ସର୍ଭେରୁ ଏହା ଜଣାପଡିଛି । ଏହି ସର୍ଭେରେ, ପ୍ରଧାନମନ୍ତ୍ରୀ ମୋଦି ବିଶ୍ୱର ସବୁଠାରୁ ଲୋକପ୍ରିୟ ନେତା ଭାବରେ ଉଭା ହୋଇଛନ୍ତି, ବାକି ୨୩ଟି ଦେଶର ନେତାଙ୍କୁ ପଛରେ ପକାଇ ଦେଇଛନ୍ତି । ଏହା ମର୍ଣ୍ଣିଂ କନସଲ୍ଟ ସର୍ଭେରେ ୭ ଦିନର ହାରାହାରି ଭ୍ୟୁ ଉପରେ ଆଧାରିତ।
ପ୍ରଧାନମନ୍ତ୍ରୀ ମୋଦିଙ୍କ ପରେ, ଜର୍ମାନ ଚାନ୍ସେଲର ଫ୍ରେଡ୍ରିକ ମର୍ଜ ସର୍ବାଧିକ ଦୃଷ୍ଟି ଆକର୍ଷଣ କରିଛନ୍ତି । ସେ ବିଶ୍ୱର ସବୁଠାରୁ କମ୍ ଲୋକପ୍ରିୟ ନେତା ଭାବରେ ଉଭା ହୋଇଛନ୍ତି । ପ୍ରାୟ ୭୬% ଉତ୍ତରଦାତା ତାଙ୍କ କାର୍ଯ୍ୟଦକ୍ଷତାରେ ଅସନ୍ତୁଷ୍ଟ ଥିବା ଜଣାପଡିଛି । ଜର୍ମାନ ଚାନ୍ସେଲର କେବଳ ପ୍ରଧାନମନ୍ତ୍ରୀ ମୋଦି ନୁହେଁ ବରଂ ଦକ୍ଷିଣ କୋରିଆ ରାଷ୍ଟ୍ରପତି ଲି ଜେ-ମ୍ୟଙ୍ଗଙ୍କ ଭଳି ନେତାଙ୍କଠାରୁ ମଧ୍ୟ ବହୁତ ପଛରେ ଅଛନ୍ତି । ଆମେରିକା ସ୍ଥିତ ଓପିନିଅନ୍ ପୋଲ ସଂଗଠନ ମର୍ଣ୍ଣିଂ କନସଲ୍ଟ ଦ୍ୱାରା କରାଯାଇଥିବା ଏହି ସର୍ଭେରେ, ପ୍ରଧାନମନ୍ତ୍ରୀ ମୋଦି ସବୁଠାରୁ ଲୋକପ୍ରିୟ ନେତା ଭାବରେ ଉଭା ହୋଇଛନ୍ତି ।
ମୋଦିଙ୍କ ପଛକୁ ତାଲିକାର ଦ୍ବିତୀୟ ସ୍ଥାନରେ ଦକ୍ଷିଣ କୋରିଆ ରାଷ୍ଟ୍ରପତି ଲି ଜାଇ-ମ୍ୟୁଙ୍ଗ୍ (୬୩%) ଦ୍ବିତୀୟ ଏବଂ ଚେକ୍ ଗଣରାଜ୍ୟ ପ୍ରଧାନମନ୍ତ୍ରୀ ଆନ୍ଦ୍ରେଜ ବାବିସ୍ (୫୫%) ତୃତୀୟ ସ୍ଥାନରେ ରହିଛନ୍ତି ।
ଜର୍ମାନୀର ଚାନ୍ସେଲର ଫ୍ରେଡେରିକ୍ ମର୍ଜ ଙ୍କ ପରେ ଅପ୍ରିୟ ନେତାଙ୍କ ତାଲିକାର ଦ୍ବିତୀୟ ସ୍ଥାନରେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ ରହିଛନ୍ତି । ୭୫ ପ୍ରତିଶତ ଲୋକ ମାକ୍ରନଙ୍କ କାର୍ଯ୍ୟକଳାପକୁ ନାପସନ୍ଦ କରୁଥିବାବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଅପ୍ରିୟ ନେତାଙ୍କ ତାଲିକାର ଦଶମ ସ୍ଥାନରେ ରହିଛନ୍ତି ।