Latest Odisha News

BREAKING NEWS

ଆଇପିଏଲ: ଚଳିତ ସିଜନରେ ଚେନ୍ନାଇର ୪ର୍ଥ ପରାଜୟ

ହାଇଦ୍ରାବାଦ: ଚଳିତ ଆଇପିଏଲରେ ଚେନ୍ନାଇ ସୁପର କିଙ୍ଗସ ୪ର୍ଥ ମ୍ୟାଚରେ ପରାଜୟବରଣ କରିଛି । ସନରାଇଜର୍ସ ହାଇଦ୍ରାବାଦ ୧୦ ରନରେ ୫ ଥର ଚାମ୍ପିୟନ ଟିମକୁ ମାତ ଦେଇଛି । ପ୍ରଥମେ ବ୍ୟାଟିଂ କରି ହାଇଦ୍ରାବାଦ ୯ ୱିକେଟ ବିନିମୟରେ ୧୯୪ ରନ ସଂଗ୍ରହ କରିଥିଲା । ଅଭିଷେକ ଶର୍ମା (୫୯) ଓ ହେନରିକ କ୍ଲାସେନ(୫୯) ଅର୍ଦ୍ଧଶତକ ହାସଲ କରିଥିଲେ । ଜେମୀ ଓର୍ଭଟନ ଓ ଅଂଶୁଲ କମ୍ବୋଜ ୩ଟି ଲେଖାଏଁ ୱିକେଟ ନେଇଥିଲେ । ଜବାବରେ ଚେନ୍ନାଇ ୨୦ ଓଭରରେ ୮ ୱିକେଟ ହରାଇ ୧୮୪ ରନ କରିବାକୁ ସକ୍ଷମ ହୋଇଥିଲା ।

ଚେନ୍ନାଇ ପକ୍ଷରୁ ମାଥ୍ୟୁ ଶର୍ଟ ସର୍ବାଧିକ ୩୪ ରନ କରିଥିଲେ । ଈଶାନ ମାଲିଙ୍ଗା ଦଳ ପକ୍ଷରୁ ସର୍ବାଧିକ ୩ଟି ୱିକେଟ ନେଇଥିଲେ । ପ୍ରଭାବୀ ବୋଲିଂ ପ୍ରଦର୍ଶନ ଯୋଗୁ ମାଲିଙ୍ଗା ପ୍ଲେୟାର ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ । ଚେନ୍ନାଇ ୬ ମ୍ୟାଚରୁ ୪ ପଂଏଟ ହାସଲ କରି ୭ମ ସ୍ଥାନରେ ରହିଥିବା ବେଳେ ହାଇଦ୍ରାବାଦ ୬ ମ୍ୟାଚରୁ ୬ ପଂଏଟ ହାସଲ କରି ୪ର୍ଥ ସ୍ଥାନରେ ରହିଛି ।

Leave A Reply

Your email address will not be published.