Latest Odisha News

BREAKING NEWS

ଆଜି ଅକ୍ଷୟ ତୃତୀୟା; ହଳ ବୁଲାଇ ଧାନ ବୁଣିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ସାରା ରାଜ୍ୟରେ ପାଳିତ ହୋଇଛି ଅକ୍ଷୟ ତୃତୀୟା ଉତ୍ସବ। ଏହି ପବିତ୍ର ଦିନରେ ଗାଁ ଠୁ ସହର ଉତ୍ସବମୁଖର ହୋଇଉଠିଛି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଧାନ ବୁଣି ହଳ ବୁଲାଇ ଅକ୍ଷିମୁଠି ଅନୁକୁଳ କରିଛନ୍ତି। କଟକ ବିଦ୍ୟାଧରପୁର ସ୍ଥିତ ସିଆରଆରଆଇ ଧାନ ଗବେଷଣା କେନ୍ଦ୍ରରେ ମୁଖ୍ୟମନ୍ତ୍ରୀ ଧାନମୁଠି ଅନୁକୁଳ କରିଥିଲେ।ମୁଖ୍ୟମନ୍ତ୍ରୀଙ୍କ ସହ ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ ଲଙ୍ଗଳ ହାତରେ ଧରି ଅଖିମୁଠି ଅନୁକୁଳ କରିଥିଲେ।

ସେ ପ୍ରଥମେ ମାଟି ପୂଜନ କରିବା ପରେ ପଗଡି ବାନ୍ଧି ଗୌଣି ଧରି ଓଡିଆ ପ୍ରଥା ଅନୁସାରେ ଧାନ ବିହନ ବୁଣିଥିଲେ। ଏହି ସମୟରେ କଟକ ସଦର ବିଧାୟକ ପ୍ରକାଶ ସେଠୀ, ନିଆଳି ବିଧାୟକ ଛବି ମଲ୍ଲିକ, ବିଜେପି ନେତା ନୟନ କିଶୋର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।

ପବିତ୍ର ଅକ୍ଷୟ ତୃତୀୟାରେ ଚାଷୀଙ୍କ ଆକାଉଣ୍ଟ ଯାଇଛି ସିଏମ୍‌ କିଷାନ ଟଙ୍କା।। କଟକରେ ରାଜ୍ୟସ୍ତରୀୟ କୃଷକ ଦିବସରେ ଟଙ୍କା ଦେଲେ ମୁଖ୍ୟମନ୍ତ୍ରୀ। ମୋଟ ୮୩୮ କୋଟି ୪୮ ଲକ୍ଷ ଟଙ୍କା ବଣ୍ଟନ କରାଯାଇଥିବା ବେଳେ ୪୧ ଲକ୍ଷ ୨୭ ହଜାର ୫୩୩ କ୍ଷୁଦ୍ର ଓ ୪୧ ହଜାର ୪୯ ଭୂମିହୀନ ଚାଷୀ ଉପକୃତ ହୋଇଛନ୍ତି।

Leave A Reply

Your email address will not be published.