Latest Odisha News

BREAKING NEWS

ଜନଗଣନା କରିବାକୁ ଯାଇ ନିଖୋଜ ଶିକ୍ଷୟିତ୍ରୀ

ବାରିପଦା: ବାରିପଦାରେ ଜନଗଣନା କାର୍ଯ୍ୟରେ ନିୟୋଜିତ ଜଣେ ସ୍କୁଲ ଶିକ୍ଷୟିତ୍ରୀ ଶନିବାରଠାରୁ ନିଖୋଜ ଥିବା ଅଭିଯୋଗ ହୋଇଛି।

ଗତ ଆଠ ବର୍ଷ ଧରି ମୟୂରଭଞ୍ଜ ଜିଲ୍ଲାର କରଞ୍ଜିଆରେ ଥିବା ୟୁଜି ସ୍କୁଲରେ କାର୍ଯ୍ୟରତ ଜ୍ୟୋତ୍ସ୍ନାରାଣୀ ସାହୁ ଜନଗଣନା ସମ୍ପର୍କିତ କାର୍ଯ୍ୟ କରିବା ପାଇଁ ସକାଳ ପ୍ରାୟ ୭ଟାରେ ଘରୁ ବାହାରିଥିଲେ। ତେବେ ପରେ ତାଙ୍କ ସହ ଯୋଗାଯୋଗ ହୋଇପାରିନଥିଲା। ତାଙ୍କ ଭାଇଙ୍କ ଅନୁଯାୟୀ ଶନିବାର ସକାଳ ପ୍ରାୟ ୧୧:୩୬ ସମୟରେ ଜ୍ୟୋତ୍ସ୍ନାରାଣୀଙ୍କ ସହ ଶେଷ କଥାବାର୍ତ୍ତା ହୋଇଥିଲା। ସେ ସମୟରେ ସେ ଜନଗଣନା କାର୍ଯ୍ୟ କରୁଥିବା କହିଥିଲେ। ପରବର୍ତ୍ତୀ ସମୟରେ ତାଙ୍କ ଭଉଣୀ ସମେତ ଅନ୍ୟ ପରିବାର ସଦସ୍ୟ ତାଙ୍କ ସହ ଯୋଗାଯୋଗ କରିପାରିନଥିଲେ।

ତେବେ ଶିକ୍ଷୟିତ୍ରୀଙ୍କ ପରିବାର ଏବଂ ତାଙ୍କ ଘର ମାଲିକ ସଦର ପୋଲିସରେ ନିଖୋଜ ଅଭିଯୋଗ କରିଥିଲେ। ଏପଟେ ତାଙ୍କର ଶେଷ ସ୍ଥାନ ଜାଣିବା ପାଇଁ ତାଙ୍କ ଫୋନ୍ ମଧ୍ୟ ଟ୍ରାକ୍ କରାଯାଉଥିବା ଜଣାପଡ଼ିଛି।

 

Leave A Reply

Your email address will not be published.