Latest Odisha News

BREAKING NEWS

ଆଇପିଏଲର ବାକିତକ ମ୍ୟାଚରୁ ଓହରିଲେ ଆୟୂଷ

ଚେନ୍ନାଇ: ଖରାପ ପ୍ରଦର୍ଶନ ସହ ଆଘାତ ସମସ୍ୟା ଚଳିତ ଆଇପିଏଲରେ ଚେନ୍ନାଇ ସୁପର କିଙ୍ଗସ ପିଛା ଛାଡୁନି । ମଙ୍ଗଳବାର ଭଲ ଫର୍ମରେ ଥିବା ଆୟୂଷ ମାହାତ୍ରେ ବାକିତକ ମ୍ୟାଚରୁ ଓହରି ଯାଇଛନ୍ତି । ମାଂସପେଶୀଜନିତ ସମସ୍ୟାରୁ ମୁକୁଳିବା ପାଇଁ ତାଙ୍କ ଅତି କମରେ ୬ରୁ ୧୨ ସପ୍ତାହ ବିଶ୍ରାକ ନେବାକୁ ପଡିବ । ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷ ମ୍ୟାଚ ଅବସରରେ ସେ ଆଘାତପ୍ରାପ୍ତ ହୋଇଥିଲେ । ସେ ଆଉଟ ହେବା ପରେ ରାମକୃଷ୍ଣ ଘୋଷ ଓ ଫିଜିଓ ଟମୀ ସିମସେକଙ୍କ ସହ ପଡିଆ ଛାଡିଥିଲେ । ଆୟୂଷ ଚଳିତ ସଂସ୍କରଣରେ ୨ଟି ଅର୍ଦ୍ଧଶତକ ମାରିବା ସହ ୧୭୮ ଷ୍ଟ୍ରାଇକ ରେଟରେ ରନ ସଂଗ୍ରହ କରିଥିଲେ । ମାହାତ୍ରେ ଅନୁପସ୍ଥିିତି ଚେନ୍ନାଇର ସମସ୍ୟାକୁ ଆହୁରି ବୃଦ୍ଧି କରିଛି ।

୬ ମ୍ୟାଚରୁ ଚେନ୍ନାଇ ୨ଟି ବିଜୟ ହାସଲ କରିଛି । ପ୍ଲେ ଅଫ ଦୌଡରେ ସାମିଲ ହେବାକୁ ହେଲେ ଦଳକୁ ବାକି ୮ଟି ମ୍ୟାଚରୁ ଅତିକମରେ ୫ କିମ୍ବା ୬ ମ୍ୟାଚ ଜିତିବାକୁ ହେବ । ଏମଏସ ଧୋନୀଙ୍କ ପରେ ଖଲୀଲ ଅହମ୍ମଦ ଓ ନାଥାନ ଏଲିସ ମଧ୍ୟ ଆଘାତ ସମସ୍ୟାରେ ପଡିଛନ୍ତି । ଖଲୀଲ ଓ ଏଲିସ ଟୁର୍ଣ୍ଣାମେଂଟରୁ ଓହରି ସାରିଛନ୍ତି ।

Leave A Reply

Your email address will not be published.