ଭୁବନେଶ୍ୱର: ରାଜ୍ୟରେ ତାପମାତ୍ରା ବୃଦ୍ଧି ପାଉଥିବାରୁ ଓଡ଼ିଶାର ଅନେକ ଜିଲ୍ଲାର ସ୍କୁଲଗୁଡ଼ିକୁ କିଛି ଦିନ ପାଇଁ ବନ୍ଦ ରଖାଯାଇଛି।ଆଗାମୀ ଦିନରେ ରାଜ୍ୟ ସରକାର ଗ୍ରୀଷ୍ମ ଛୁଟିରେ ନିରବଚ୍ଛିନ୍ନ ଶିକ୍ଷା ସୁନିଶ୍ଚିତ କରିବା ପାଇଁ ଏକ ଯୋଜନା ପ୍ରସ୍ତୁତ କରିଛନ୍ତି।
ଓଡିଶା ସ୍କୁଲ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ (OSEPA) ମଙ୍ଗଳବାର ଦିନ ପ୍ରାକ୍-ପ୍ରାଥମିକ (ଶିଶୁ ବାଟିକା)ରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନଙ୍କ ପାଇଁ ଏକ ଗ୍ରୀଷ୍ମକାଳୀନ ଶିକ୍ଷା କାର୍ଯ୍ୟକ୍ରମ ଆରମ୍ଭ କରିବା ନେଇ ଘୋଷଣା କରିଛି।
ବାପାମାଆଙ୍କ ହ୍ୱାଟ୍ସଆପକୁ ଏନେଇ ସିଧାସଳଖ ଯୋଗାଯୋଗ କରାଯିବ। ଏହା ମାଧ୍ୟମରେ ଅଭ୍ୟାସ ଆସାଇନମେଣ୍ଟ ଏବଂ ଅଡିଓଭିଜୁଆଲ୍ ଶିକ୍ଷା ବିଷୟବସ୍ତୁ ହ୍ୱାଟ୍ସଆପ୍ ମାଧ୍ୟମରେ ଡିଜିଟାଲ୍ ଭାବରେ ପ୍ରଦାନ କରାଯିବ। ଏନେଇ ସବୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଓସେପା ପକ୍ଷରୁ ଚିଠି ଦିଆଯାଇଛି । ଆସନ୍ତା ୨୫ ସୁଦ୍ଧା ହ୍ବାଟ୍ସଆପ ଗ୍ରୁପ୍ ପାଇଁ ନିର୍ଦ୍ଦେଶ ରହିଛି।
ଗ୍ରୀଷ୍ମକାଳୀନ ଶିକ୍ଷା କାର୍ଯ୍ୟକ୍ରମ ପାଇଁ ଏକ ସମୟସାରଣୀ ପ୍ରକାଶ କରାଯାଇଛି। ଯେଉଁଥିରେ ବିଭିନ୍ନ ଶ୍ରେଣୀ ଏବଂ ବିଷୟ ପାଇଁ ସମୟସାରଣୀ ରହିଛି।