Latest Odisha News

BREAKING NEWS

ବିରାଟ କୋହଲିଙ୍କ ରେକର୍ଡ ସହ ସମକକ୍ଷ ହେଲେ ଅଭିଷେକ

ହାଇଦ୍ରାବାଦ: ଚଳିତ ଆଇପିଏଲରେ ମଙ୍ଗଳବାର ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ସନରାଇଜର୍ସ ହାଇଦ୍ରାବାଦର ଅଭିଷେକ ଶର୍ମା ବିସ୍ଫୋରକ ଶତକ ହାସଲ କରିଛନ୍ତି । ଏହି ଶତକ ସହ ଟି୨୦ରେ ବିରାଟ କୋହଲିଙ୍କ ରେକର୍ଡ ସହ ସେ ସମକକ୍ଷ ହୋଇଛନ୍ତି । ଆଇପିଏଲରେ ଦ୍ୱିତୀୟ ଶତକ ହାସଲ କରିବା ସହ ସେ ଓଭରାଲ ୯ ଶତକ ମାରିଛନ୍ତିି । ପୂର୍ବରୁ ବିରାଟ କୋହଲି ଏକମାତ୍ର ଭାରତୀୟ ଭାବେ ୯ ଶତକ ମାରି ଆଗରେ ରହିଥିଲେ । ଏବେ ଅଭିଷେକ ତାଙ୍କ ରେକର୍ଡ ସହ ସମକକ୍ଷ ହୋଇଛନ୍ତି ।

ବିରାଟ ୪୦୯ ମ୍ୟାଚରେ ଏହି କୀର୍ତିମାନ ସ୍ଥାପନ କରିଥିବା ବେଳେ ଅଭିଷେକ ମାତ୍ର ୧୮୪ ଇନିଂସରେ ତାଙ୍କ ସହ ସମାନ ହୋଇଛନ୍ତି । ଆଉ ଗୋଟିଏ ଶତକ ମାରିଲେ ସେ ରେକର୍ଡର ଅଧିକାରୀ ହେବେ । ଦିଲ୍ଲୀ ବିପକ୍ଷରେ ଅଭିଷେକ ମାତ୍ର ୬୮ ବଲରେ ୧୦ ଚୌକା ଓ ୧୦ ଛକା ସହାୟତାରେ ୧୩୫ ରନ କରି ଅପରାଜିତ ରହିଥିଲେ । ତାଙ୍କ ବିସ୍ଫୋରକ ଇନିଂସ ବଳରେ ହାଇଦ୍ରାବାଦ ୨୪୩ ରନର ଲକ୍ଷ୍ୟ ଦିଲ୍ଲୀ ସମ୍ମୁଖରେ ରଖିଛି । ଟ୍ରେଭିସ ହେଡ ୩୭, ଈଶାନ କିଶାନ ୨୫ ଓ ହେନରିକ କ୍ଲାସେନ ୩୭ ରନ କରିଥିଲେ ।

Leave A Reply

Your email address will not be published.