Latest Odisha News

BREAKING NEWS

ନେତାଙ୍କ ବେଡରୁ ଆରମ୍ଭ ମହିଳାଙ୍କ ରାଜନୀତି କ୍ୟାରିୟର

ନୂଆଦିଲ୍ଲୀ: ପୂର୍ଣ୍ଣିଆ ଲୋକସଭା ନିର୍ବାଚନମଣ୍ଡଳୀର ସ୍ୱାଧୀନ ସାଂସଦ ରାଜେଶ ରଞ୍ଜନ ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚାକୁ ଆସିଛନ୍ତି। ରାଜେଶ, ପପ୍ପୁ ଯାଦବ ନାମରେ ମଧ୍ୟ ଜଣାଶୁଣା।

ସେ କହିଛନ୍ତି ଯେ ଆଜିକାଲି ଅଧିକାଂଶ ମହିଳା, ପୁରୁଷ ରାଜନେତାଙ୍କ ବିଛଣାରେ କିଛି ସମୟ ନ ବିତାଇଲେ ରାଜନୀତିରେ ପ୍ରବେଶ କରିପାରିବେ ନାହିଁ। ସେ ଆହୁରି ମଧ୍ୟ କହିଛନ୍ତି ଯେ ୯୦ ପ୍ରତିଶତ ମହିଳା ଠିକ୍ ଏହିପରି କରନ୍ତି। ଏହି ବୟାନ ବିବାଦ ସୃଷ୍ଟି କରିଥିବା ବେଳେ ବିହାର ରାଜ୍ୟ ମହିଳା କମିଶନ ପପ୍ପୁ ଯାଦବଙ୍କ ବିରୋଧରେ ନୋଟିସ ଜାରି କରିଛି।

ମହିଳା ରାଜନେତାଙ୍କ ପ୍ରସଙ୍ଗରେ ସାଂସଦ ପପ୍ପୁ ଯାଦବ କହିଥିଲେ ଯେ, “ଘରୋଇ ହିଂସା କିଏ କରୁଛି? ମହିଳାଙ୍କ ଉପରେ କିଏ ଖରାପ ନଜର ପକାଉଛି? ଆମେରିକାରୁ ଭାରତ ପର୍ଯ୍ୟନ୍ତ, ଏହା ରାଜନେତା। ରାଜନେତାଙ୍କ ବିଛଣାରେ ନ ରହି ୯୦% ମହିଳା ରାଜନୀତିରେ ପ୍ରବେଶ କରିପାରିବେ ନାହିଁ। ଏହା ପ୍ରତିଦିନ ଘଟୁଛି। ରାଜନେତାଙ୍କ ସିସିଟିଭି ଫୁଟେଜ୍ ପ୍ରତିଦିନ ସାମ୍ନାକୁ ଆସୁଛି।

 

Leave A Reply

Your email address will not be published.