Latest Odisha News

BREAKING NEWS

ଚାକିରି ନେଉଛି କି AI, ୮୦୦୦ କର୍ମଚାରୀଙ୍କୁ ଛଟେଇ କରିବ ମେଟା

ନୂଆଦିଲ୍ଲୀ: ସୋସିଆଲ ମିଡିଆ କମ୍ପାନୀ ମେଟା ପୁଣି ଥରେ ଏକ ବଡ଼ ଛଟେଇ ଘୋଷଣା କରିଛି। କମ୍ପାନୀ କହିଛି ଯେ ଏହାର ୧୦% କର୍ମଚାରୀଙ୍କୁ ଛଟେଇ କରାଯିବ। ଏହି ବିବୃତ୍ତି ପରେ, ପ୍ରାୟ ୮,୦୦୦ ମେଟା କର୍ମଚାରୀଙ୍କ ଚାକିରି ବିପଦରେ ପଡ଼ିଛି। ଏହା ସହିତ କମ୍ପାନୀ ଏପର୍ଯ୍ୟନ୍ତ ପୂରଣ ହୋଇନଥିବା ୬,୦୦୦ ପଦବୀକୁ ସ୍ଥାୟୀ ଭାବରେ ସମାପ୍ତ କରିବାକୁ ନିଷ୍ପତ୍ତି ନେଇଛି। ମେଟାର ମୁଖ୍ୟ ଲୋକ ଅଧିକାରୀ (ସିଏଫଓ), ଜାନେଲ ଗେଲ୍ ଏକ ମେମୋରେ ଏହି ଖବରକୁ ସ୍ପଷ୍ଟ କରିଛନ୍ତି। ଯାହା ପରେ ମେଟାର ସେୟାର ୨.୪% ହ୍ରାସ ପାଇଛି।

ମେମୋରେ ସ୍ପଷ୍ଟ କରାଯାଇଛି ଯେ କମ୍ପାନୀକୁ ଅଧିକ ଦକ୍ଷ କରିବା ଏବଂ ଜେନେରେଟିଭ୍ ଏଆଇ କ୍ଷେତ୍ରରେ ଏହାର ନିବେଶକୁ ବାଲାନ୍ସ କରିବା ପାଇଁ ଏହି ପଦକ୍ଷେପ ନିଆଯାଇଛି। ମାର୍କ ଜୁକରବର୍ଗଙ୍କ ନେତୃତ୍ୱରେ କମ୍ପାନୀ ଏବେ କୃତ୍ରିମ ବୁଦ୍ଧିମତ୍ତା ପ୍ରଯୁକ୍ତିବିଦ୍ୟା ଉପରେ ଏହାର ସମ୍ପୂର୍ଣ୍ଣ ଧ୍ୟାନ ଏବଂ ପାଣ୍ଠି କେନ୍ଦ୍ରିତ କରୁଛି।

ଖାସ୍ କରି ଓପନ୍ଏଆଇ, ଗୁଗୁଲ୍ ଏବଂ ଆନ୍ଥ୍ରୋପିକ ଭଳି କମ୍ପାନୀଗୁଡ଼ିକଠାରୁ କଡ଼ା ଟକ୍କର ମେଟାକୁ ଏହାର ରଣନୀତି ପରିବର୍ତ୍ତନ କରିବାକୁ ବାଧ୍ୟ କରିଛି।

Leave A Reply

Your email address will not be published.