Latest Odisha News

BREAKING NEWS

ଭାରତର ଶ୍ରେଷ୍ଠ ୬ଷ୍ଠ ବିଶ୍ୱବିଦ୍ୟାଳୟ ବନିଲା କିଟ୍‍

ଟାଇମ୍‍ସ ହାଇଅର ଏଜୁକେସନ୍‍ ଏସିଆ ୟୁନିଭର୍‍ସିଟି ରାଙ୍କିଙ୍ଗ ୨୦୨୬

ଭୁବନେଶ୍ୱର: ପ୍ରତିବର୍ଷ ଭଳି ଚଳିତବର୍ଷ ‘ଦି ଟାଇମ୍‍ସ ହାଇଅର ଏଜୁକେସନ୍‍’ ଏସିଆ ୟୁନିଭର୍‍ସିଟି ରାଙ୍କିଂ ଫଳାଫଳ ପ୍ରକାଶ ପାଇଛି । ଗୁରୁବାର ପ୍ରକାଶିତ ବିଶ୍ୱସ୍ତରୀୟ ଏସିଆ ୟୁନିଭର୍‍ସିଟି ରାଙ୍କିଂରେ କିଟ୍‍ ବିଶ୍ୱବିଦ୍ୟାଳୟ ଏସିଆର ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ତାଲିକାର ୧୬୯ ତମ ସ୍ଥାନରେ ରହିଛି।

ଏହା ସହ କିଟ୍‍ ଦେଶର ସମଗ୍ର ସରକାରୀ ଓ ଘରୋଇ ବିଶ୍ୱବିଦ୍ୟାଳୟ ମଧ୍ୟରେ ଶ୍ରେଷ୍ଠ ୬ଷ୍ଠ ସ୍ଥାନରେ ରହିଥିବା ବେଳେ ପୂର୍ବ ଭାରତରେ ଶ୍ରେଷ୍ଠ ସ୍ଥାନରେ ରହିଛି। ଗତବର୍ଷ ଏହି ରାଙ୍କିଂରେ କିଟ୍‍ ଏସିଆ ମହାଦେଶର ଶ୍ରେଷ୍ଠ ୧୮୪ତମ ସ୍ଥାନରେ ରହିଥିଲା। ଚଳିତବର୍ଷ ଶିକ୍ଷାଦାନ, ଗବେଷଣା, ଜ୍ଞାନ ବିନିମୟ, ଅନ୍ତର୍ଜାତୀୟ ଦୃଷ୍ଟିକୋଣ ଆଦି ବିଭିନ୍ନ ମାନଦଣ୍ଡକୁ ନେଇ ବିଶ୍ୱବିଦ୍ୟାଳୟଗୁଡ଼ିକର ରାଙ୍କିଂ କରାଯାଇଥିଲା। ଗତ ୫୦ବର୍ଷ ମଧ୍ୟରେ ପ୍ରତିଷ୍ଠିତ ଏସିଆର ଲବ୍‍ଧ ପ୍ରତିଷ୍ଠିତ ବିଶ୍ୱବିଦ୍ୟାଳୟ ଗୁଡ଼ିକୁ ନେଇ ଟାଇମ୍‍ସ ହାଇଅର୍‍ ଏଜୁକେସନ୍‍ ପକ୍ଷରୁ ଏହି ଚୟନ ପ୍ରକ୍ରିୟା କରାଯାଇଛି। କିଟ୍‍ ମାତ୍ର ୨୮ ବର୍ଷର ଅନୁଷ୍ଠାନ ହୋଇଥିବା ବେଳେ ୨୨ବର୍ଷର ବିଶ୍ୱବିଦ୍ୟାଳୟ ଭାବେ ଉପରୋକ୍ତ ସମସ୍ତ ମାନଦଣ୍ଡକୁ ପୂରଣ କରି ସମଗ୍ର ଦେଶରେ ୬ଷ୍ଠ ଓ ଏସିଆରେ ୧୬୯ତମ ସ୍ଥାନରେ ରହି ରାଜ୍ୟ ଓ ଦେଶର ଗୌରବ ବୃଦ୍ଧି କରିପାରିଛି।

ଏହି ସଫଳତା ପାଇଁ କିଟ୍‍ ଓ କିସ୍‍ର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ କିଟ୍‍ ଓ କିସ୍‍ର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ, ଅଧ୍ୟାପକ ଅଧ୍ୟାପିକା ଓ କର୍ମଚାରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏହା ସହ ଆଗାମୀ ଦିନରେ କିଟ୍‍ ଆହୁରି ଭଲ ପ୍ରଦର୍ଶନ କରିବ ବୋଲି ଆଶାବ୍ୟକ୍ତ କରିଛନ୍ତି।

Leave A Reply

Your email address will not be published.