Latest Odisha News

BREAKING NEWS

ଅଦିନରେ ରଥଯାତ୍ରା ଆୟୋଜନ କଲା ଇସ୍କନ, ମହାପ୍ରଭୁଙ୍କୁ ମିନି ଟ୍ରକରେ ବସାଇ ବୁଲାଇଲା

ପୁରୀ: ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବ ବାରମ୍ବାର ଚିଠି ଲେଖିବା ସତ୍ତ୍ବେ ଅଦିନିଆ ରଥଯାତ୍ରା ଆୟୋଜନ କରିଛି ଇସ୍କନ । ଗତ ଏପ୍ରିଲ ୧୧ ତାରିଖରେ ଆମେରିକାର ହଷ୍ଟନରେ ଅଦିନିଆ ରଥଯାତ୍ରା ଆୟୋଜନ କରିଥିଲା ଇସ୍କନ । ଟେକ୍ସାସ୍ ଓ ବ୍ରିସବେନ୍ର ମଧ୍ୟ ରଥଯାତ୍ରା କରିଛି । ଯାହାକି କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କ ଭାବନାକୁ ଆଘାତ ଦେଇଛି ।

ତେବେ ଏପ୍ରିଲ ୧୧ରେ ହ୍ୟୁଷ୍ଟନରେ ଆଯୋଜିତ ରଥଯାତ୍ରା ସମୟରେ ମହାପ୍ରଭୁ ଜଗନ୍ନାଥଙ୍କ ପ୍ରଦର୍ଶିତ ଏକ କଳାକୃତିରେ ହାତ ପାପୁଲି ଓ ଆଙ୍ଗୁଠି କରାଯାଇଥିବା ଦେଖିବାକୁ ମିଳିଛି । ଜଗନ୍ନାଥ ସଂସ୍କୃତି ଅନୁଯାୟୀ, ମହାପ୍ରଭୁଙ୍କର ପାପୁଲି ବା ଆଙ୍ଗୁଠି ନାହିଁ। ସେ ତ ଅଧା ଗଢା ଠାକୁର। ମାତ୍ର ଇସ୍କନ ବିଦେଶରେ ଜଗନ୍ନାଥଙ୍କ ଭିନ୍ନ ଚିତ୍ର ପ୍ରଦର୍ଶନ କରୁଛି । ଯାହାକି ଶାସ୍ତ୍ର ବିରୋଧୀ । ଏହା କୋଟି କୋଟି ଜଗନ୍ନାଥପ୍ରେମୀଙ୍କ ଭାବନାକୁ ଆଘାତ ଦେଇଛି ।

ଖାଲି ସେତିକି ନୁହଁ ହ୍ୟୁଷ୍ଟନ ସହରରେ ‘ଆର୍ଟ କାର୍‌ ପରେଡ’ରେ ଜଗନ୍ନାଥଙ୍କୁ ମିନି ଟ୍ରକରେ ବସାଇ ବୁଲା ଯାଇଛି । ସୋସିଆଲ ମିଡିଆରେ ଭିଡିଓ ଭାଇରାଲ ହେବା ପରେ କୋଟି କୋଟି ଜଗନ୍ନାଥ ପ୍ରେମୀ ଅସନ୍ତୋଷ ପ୍ରକାଶ କରିଛନ୍ତି ।

ଅଦିନିଆ ରଥଯାତ୍ରା ଆୟୋଜନ କଲେ ଆଇନର ଆଶ୍ରୟ ନିଆଯିବ ବୋଲି ନିକଟରେ ଇସ୍କନକୁ ଚିଠି ଲେଖିଥିଲେ ଗଜପତି ମହାରାଜା ଦିବ୍ୟସିଂହ ଦେବ । ଗଜପତି ମହାରାଜା କହିଥିଲେ, ଇସ୍କନ ସଂସ୍ଥା ଶ୍ରୀକ୍ଷେତ୍ର ବା ମୂଳ ପୀଠ ପରମ୍ପରାର ବ୍ୟତିକ୍ରମ କରୁଛନ୍ତି । ଅଦିନିଆ ରଥଯାତ୍ରାକୁ ନେଇ ଗଜପତି ମହାରାଜା ବ୍ୟକ୍ତିଗତ ଭାବେ ପ୍ରଧାନମନ୍ତ୍ରୀଙ୍କୁ ମଧ୍ୟ ଚିଠି ଲେଖି ଅବଗତ କରାଇଥିଲେ । ଏହା ସତ୍ତ୍ବେ ମଧ୍ୟ ନିଜ ଜିଦରେ ଅଟଳ ରହିଛି ଇସ୍କନ ।

Leave A Reply

Your email address will not be published.