Latest Odisha News

BREAKING NEWS

ଖଳନାୟକ ସୀକ୍ୱେଲ ପରେ ଆସିବ ବାସ୍ତବ ୨

ମୁମ୍ବାଇ: ସଞ୍ଜୟ ଦତ ଏବେ ଗୋଟିଏ ପରେ ଗୋଟିଏ ଫିଲ୍ମ ସାଇନ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରି ଦେଉଛନ୍ତି । ନିକଟରେ ସଞ୍ଜୟ ତାଙ୍କ ଚର୍ଚ୍ଚିତ ଫିଲ୍ମ ଖଳନାୟକର ସୀକ୍ୱେଲରେ ଅଭିନୟ କରିବେ ବୋଲି ଘୋଷଣା କରିଛନ୍ତିି । ଖଳନାୟକ ରିଲିଜ ହେବାର ୩୩ ବର୍ଷ ପରେ ଖଳନାୟକ ରିଟର୍ଣ୍ଣସରେ ସେ କାମ କରିବେ । ଇତି ମଧ୍ୟରେ ସଞ୍ଜୟ ବାସ୍ତବ ଫିଲ୍ମକୁ ନେଇ ମଧ୍ୟ ଏକ ବଡ ଅପଡେଟ ଦେଇଛନ୍ତିି । ସେ ସ୍ପଷ୍ଟ ଭାବେ କହିଛନ୍ତି ବାସ୍ତବ ୨ ଉପରେ କାମ ଆରମ୍ଭ ହୋଇଯାଇଛି ।

ବାସ୍ତବରେ ରଘୁ ଚରିତ୍ରରେ ସଞ୍ଜୟ ଅଭିନୟ କରି ବେଶ ଲୋକପ୍ରିୟତା ହାସଲ କରିଥିଲେ । ମହେଶ ମଞ୍ଜ୍ରେକର ଏହାର ନିର୍ଦ୍ଦେଶନା ଦେଇଥିଲେ । ସେ ସମୟରେ ୭ କୋଟି ବଜେଟରେ ନିର୍ମିତ ଏହି ଫିଲ୍ମ ୨୦ କୋଟିରୁ ଊର୍ଦ୍ଧ୍ୱ ଆୟ କରିଥିଲା । ନମ୍ରତା ଶିରୋଦକର, ମୋହନୀଶ ବେହେଲ ଓ ପରେଶ ରାୱଲଙ୍କ ପରି କଳାକାର ଏଥିରେ ଅଭିନୟ କରିଥିଲେ । ମୁନ୍ନା ଭାଇ ସିରିଜର ତୃତୀୟ ସଂସ୍କରଣ ପାଇଁ ସଞ୍ଜୟ ଆଗ୍ରହୀ ଥିଲେ ମଧ୍ୟ ରାଜୁ ହୀରାନୀ ଏହାକୁ ଆରମ୍ଭ କରି ନାହାନ୍ତି । ଏହି ଫିଲ୍ମ ପ୍ରତି ସଞ୍ଜୟଙ୍କ ଦୁର୍ବଳତା ରହିଛି । ସେ ମଜାରେ କହିଥିଲେ ରାଜୁ ପ୍ଲିଜ ମୁନ୍ନା ଭାଇ ପୂନର୍ବାର କର… ।

Leave A Reply

Your email address will not be published.