Latest Odisha News

BREAKING NEWS

ବୃଦ୍ଧାଙ୍କ ଅଶ୍ଳୀଳ ଫଟୋ ପୋଷ୍ଟ କରି ଗିରଫ ହେଲେ ସରକାରୀ କର୍ମଚାରୀ

କେନ୍ଦ୍ରାପଡ଼ା: ସଦର ଥାନା ଅନ୍ତର୍ଗତ ଚାନ୍ଦୋଳ ଅଞ୍ଚଳର ଜଣେ ବୃଦ୍ଧାଙ୍କ ଅଶ୍ଳୀଳ ଫଟୋ ଫେସବୁକରେ ଛାଡ଼ିବା ଅଭିଯୋଗରେ ଜଣେ ସରକାରୀ କର୍ମଚାରୀଙ୍କୁ ଗିରଫ କରିଛି କେନ୍ଦ୍ରାପଡ଼ା ସାଇବର ଥାନା ପୋଲିସ । ଅଭିଯୁକ୍ତ ହେଲେ ଯଅଁରାବାରିମୂଳ ଗ୍ରାମର ମାନସ କୁମାର ବଳ । ଗିରଫ ବ୍ୟକ୍ତି ଜଣକ ଭେଟେନାରୀ ବିଭାଗରେ କାର୍ଯ୍ୟରତ ।

ସୂଚନାମୁତାବକ, ମହିଳାଙ୍କ ନାମରେ ଏକ ଫେକ ଆଇଡି ଖୋଲି ତାଙ୍କର ଅଶ୍ଳୀଳ ଫଟୋ ଓ ଭିଡ଼ିଓ ଅପଲୋଡ୍ କରିବା ସହ ତାଙ୍କ ଟେଲିଫୋନ ନମ୍ବର ଦେଇଥିଲେ । ଫଳରେ ମହିଳା ଜଣକ ବହୁ ଅସୁବିଧାର ସମ୍ମୁଖୀନ ହେଉଥିଲେ । ଏହାପରେ ସେ ସମ୍ପର୍କରେ ସାଇବର ଥାନାରେ ଅଭିଯୋଗ କରିଥିଲେ । ପୋଲିସ ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରିଛି ।

Comments are closed.