Latest Odisha News

BREAKING NEWS

ବିଧାନସଭା ସ୍ୱତନ୍ତ୍ର ଅଧିବେଶନ ପାଇଁ ପୋଲିସ ଛାଉଣି: ୩୦ ପ୍ଲାଟୁନ୍ ଫୋର୍ସ ମୁତୟନ

ଭୁବନେଶ୍ୱର: ଆସନ୍ତାକାଲିଠାରୁ ଆରମ୍ଭ ହେବାକୁ ଯାଉଥିବା ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ପାଇଁ ରାଜଧାନୀରେ ସୁରକ୍ଷା ବ୍ୟବସ୍ଥାକୁ ଅତ୍ୟନ୍ତ କଡ଼ାକଡ଼ି କରାଯାଇଛି। ସୁରକ୍ଷା ପ୍ରସ୍ତୁତିର ସମୀକ୍ଷା କରିବା ପାଇଁ ପୋଲିସ କମିଶନରଙ୍କ ସମେତ ବରିଷ୍ଠ ଅଧିକାରୀମାନେ ବିଧାନସଭା ପରିସର ଅନୁଧ୍ୟାନ କରିଛନ୍ତି।

​ବିଧାନସଭା ଅଧିବେଶନକୁ ଶାନ୍ତିଶୃଙ୍ଖଳାର ସହ ସମାପନ କରିବା ପାଇଁ କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ସମ୍ପୂର୍ଣ୍ଣ ବିଧାନସଭା ଅଞ୍ଚଳକୁ ତିନି ସ୍ତରୀୟ ସୁରକ୍ଷା ବଳୟ ମଧ୍ୟରେ ରଖାଯାଇଛି। ସୁରକ୍ଷା ଦାୟିତ୍ୱରେ ୩୦ ପ୍ଲାଟୁନ୍ ପୋଲିସ ଫୋର୍ସ ଏବଂ ୧୦୦ ରୁ ଅଧିକ ବରିଷ୍ଠ ପୋଲିସ ଅଫିସର ନିୟୋଜିତ ହେବେ। ଯେକୌଣସି ଅପ୍ରୀତିକର ପରିସ୍ଥିତିର ମୁକାବିଲା ପାଇଁ ଷ୍ଟ୍ରାଇକିଂ ଫୋର୍ସ, STU (Special Tactical Unit), ବୋମା ନିଷ୍କ୍ରିୟକାରୀ ଦଳ, ଡଗ୍ ସ୍ପାଇଡ୍ ଏବଂ ଅଗ୍ନିଶମ ବାହିନୀକୁ ଆଲର୍ଟ ରଖାଯାଇଛି।

​ପୋଲିସ କମିଶନର ଏସ୍. ଦେବଦତ୍ତ ସିଂ, ଅତିରିକ୍ତ ପୋଲିସ କମିଶନର ଏବଂ କଟକ-ଭୁବନେଶ୍ୱରର ଅନ୍ୟ ବରିଷ୍ଠ ଅଧିକାରୀମାନେ ଆଜି ବିଧାନସଭା ପରିସର ବୁଲି ସୁରକ୍ଷା ଯାଞ୍ଚ କରିଛନ୍ତି। ବିଧାନସଭା ଓ ଏହାର ଆଖପାଖ ଅଞ୍ଚଳରେ ବ୍ୟାରିକେଡିଂ କରାଯିବା ସହ ପୋଲିସ ଛାଉଣି କରାଯାଇଛି।

​”ସୁରକ୍ଷା ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ନିଶ୍ଚିତ କରିବା ପାଇଁ ଆମେ ସମସ୍ତ ବୈଷୟିକ ଏବଂ ମାନବ ସମ୍ବଳର ବ୍ୟବହାର କରୁଛୁ।” ବୋଲି ପୋଲିସ କମିଶନର ଏସ୍. ଦେବଦତ୍ତ ସିଂ କହିଛନ୍ତି ।

ଶାନ୍ତି ​ଶୃଙ୍ଖଳା ରକ୍ଷା ପାଇଁ ଲୋୟର ପିଏମଜି ଅଞ୍ଚଳରେ ୧୪୪ ଧାରା ଜାରି କରାଯିବ। ଏଥିସହ ସମ୍ପୂର୍ଣ୍ଣ ଅଞ୍ଚଳ ଉପରେ ସିସିଟିଭି ସରଭେଲାନସ ଜରିଆରେ କଡ଼ା ନଜର ରଖାଯିବ। ପ୍ରବେଶ ଓ ପ୍ରସ୍ଥାନ ପାଇଁ ସ୍ୱତନ୍ତ୍ର ନିୟମାବଳୀ ପ୍ରସ୍ତୁତ କରାଯାଇଛି ଯାହା ଦ୍ୱାରା ଅଧିବେଶନ କାର୍ଯ୍ୟରେ କୌଣସି ବାଧା ସୃଷ୍ଟି ହେବ ନାହିଁ।

Leave A Reply

Your email address will not be published.