Latest Odisha News

BREAKING NEWS

Woman Police Harassment:ମହିଳା ହାବିଲଦାରଙ୍କୁ ନିର୍ଯାତନା ଘଟଣାରେ କାର୍ଯ୍ୟାନୁଷ୍ଠାନ;ରିଜର୍ଭ ଇନ୍ସପେକ୍ଟରଙ୍କ ବଦଳି…

ଅନୁଗୁଳ:ଅନୁଗୁଳରେ ମହିଳା ହାବିଲଦାରଙ୍କୁ ନିର୍ଯାତନା ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ରିଜର୍ଭ ଇନ୍ସପେକ୍ଟର ଗୋବିନ୍ଦ ମାହାରୀଙ୍କ ବଦଳି ହୋଇଥିବା ସୂଚନା ରହିଛି । ଅନୁଗୁଳ ଏସପିଙ୍କ ସୁପାରିଶ ଆଧାରରେ କଳାହାଣ୍ଡି 9th IRB କୁ ଗୋବିନ୍ଦ ମାହାରୀଙ୍କ ବଦଳି କରିଛନ୍ତି ପୋଲିସ ଡିଜି ।

୨ ଜଣ ଉପରିସ୍ଥ ଅଧିକାରୀଙ୍କ ନାଁରେ ମାନସିକ ନିର୍ଯାତନା ଅଭିଯୋଗ ଆଣି ଗତ ୩୦ ତାରିଖରେ ନିଜ ପଦବୀରୁ ଇସ୍ତଫା ଦେଇଥିଲେ ମହିଳା ହାବିଲଦାର । ରିଜର୍ଭ ଇନ୍ସପେକ୍ଟର ଗୋବିନ୍ଦ ମାହାରି ଓ ଫୋର୍ସ ସେକସନ ଅଫିସ ହାବିଲଦାର ଶୁଭ୍ରକାନ୍ତ ସାହୁଙ୍କ ନାଁରେ ଛୁଟି ନଦେବା ଏବଂ ମାନସିକ ନିର୍ଯାତନା ଅଭିଯୋଗ ଆଣିଥିଲେ । ଆଜି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ଦେଇଥିଲେ ମହିଳା ହାବିଲଦାର ।

Leave A Reply

Your email address will not be published.