Latest Odisha News

BREAKING NEWS

ହାଇଦ୍ରାବାଦକୁ ହରାଇଲା କୋଲକାତା

ହାଇଦ୍ରାବାଦ: ଉଭୟ ବ୍ୟାଟିଂ ଓ ବୋଲିଂରେ ଶୃଙ୍ଖଳିତ ପ୍ରଦର୍ଶନ କରି କୋଲକାତା ନାଇଟ ରାଇଡର୍ସ ୭ ୱିକେଟରେ ସନରାଇଜର୍ସ ହାଇଦ୍ରାବାଦକୁ ପରାସ୍ତ କରିଛି । ପ୍ରଥମେ ବ୍ୟାଟିଂ କରି ହାଇଦ୍ରାବାଦ ୧୯ ଓଭରରେ ୧୬୫ ରନ କରି ଅଲଆଉଟ ହୋଇ ଯାଇଥିଲା । ଟ୍ରେଭିସ ହେଡ ୬୧ ଓ ଈଶାନ କିଶାନ ୪୨ ରନ କରିଥିଲେ । ବରୁଣ ଚକ୍ରବର୍ତି ୩ଟି ୱିକେଟ ଅକ୍ତିଆର କରିଥିବା ବେଳେ ସୁନୀଲ ନାରିନ ଓ କାର୍ତିକ ତ୍ୟାଗୀ ୨ଟି ଲେଖାଏଁ ୱିକେଟ ନେଇଥିଲେ । ଜବାବରେ କୋଲକାତା ୧୮.୨ ଓଭରରେ ୩ ୱିକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା ।

ଅଜିଙ୍କ୍ୟ ରାହାନେ ୪୩, ଫିନ ଆଲେନ ୨୯ ଓ ଅଙ୍କକ୍ରିଶ ରଘୁବଂଶୀ ୫୯ ରନର ଇନିଂସ ଖେଳିଥିଲେ । ରିଙ୍କୁ ସିଂ ୧୧ ବଲରେ ୨୨ ଓ କାମେରୁନ ଗ୍ରୀନ ୩ ରନ କରି ଅପରାଜିତ ରହିଥିଲେ । ପ୍ରଭାବୀ ବୋଲିଂ ପ୍ରଦର୍ଶନ ପାଇଁ ବରୁଣଙ୍କୁ ପ୍ଲେୟାର ଅଫ ଦି ମ୍ୟାଚ ବିବେଚିତ କରାଯାଇଥିଲା । ହାଇଦ୍ରାବାଦ ୧୦ ମ୍ୟାଚରୁ ୧୨ ପଂଏଟ ହାସଲ କରି ପଂଏଟ ଟେବୁଲରେ ୩ୟ ସ୍ଥାନରେ ରହିଛି । ଅପରପକ୍ଷରେ କୋଲକାତା୯ ମ୍ୟାଚରୁ ୭ ପଂଏଟ ହାସଲ କରି ପ୍ଲେ ଅଫ ପ୍ରବେଶ ପାଇଁ ସଂଘର୍ଷ କରୁଛି ।

Leave A Reply

Your email address will not be published.