Latest Odisha News

BREAKING NEWS

Jajpur Accident: ୫ ମୃତକଙ୍କ ପରିବାରକୁ ୪ ଲକ୍ଷ ଲେଖାଏଁ ସହାୟତା; ସମବେଦନା ଜଣାଇଲେ ମୁଖ୍ୟମନ୍ତ୍ରୀ

ଯାଜପୁର:ଯାଜପୁର ଦୁର୍ଘଟଣାରେ ୫ ମୃତକଙ୍କ ପରିବାରକୁ ୪ ଲକ୍ଷ ଲେଖାଏଁ ସହାୟତା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ । ଏଥିସହ ମୃତକଙ୍କ ପରିବାର ବର୍ଗଙ୍କ ପ୍ରତି ସମବେଦନା ଜଣାଇଲେ ମୁଖ୍ୟମନ୍ତ୍ରୀ । ବିବାହ ସାରି ବରଯାତ୍ରୀ ଗାଡି ଫେରିବା ବେଳେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି । ବୋଲେରୋ ସହିତ ହାଇଓ୍ବା ଧକ୍କା ହେବାରୁ ଘଟଣାସ୍ଥଳରେ ୫ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଚାଳକ ଗୁରୁତର ରହିଛନ୍ତି। ଯାଜପୁର ଜିଲା ଧର୍ମଶାଳା ବ୍ଲକ ଜେନାପୁର ଥାନା ଅନ୍ତର୍ଗତ ବରଡ଼ା ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି ।

ଦୁର୍ଘଟଣାରେ ୭ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ଆହତଙ୍କୁ ମେଡିକାଲରେ ଚିକିତ୍ସା ଜାରି ରହିଛି। ଆହୁରି ମୃତ୍ୟୁ ସଂଖ୍ୟା ବଢ଼ିପାରେ ବୋଲି ଆଶଙ୍କା କରାଯାଉଛ। ଏପଟେ ଆହତମାନଙ୍କ ଉତ୍ତମ ଚିକିତ୍ସା ପାଇଁ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

ସୂଚନାଥାଉକି,ଯାଜପୁର ଜିଲ୍ଲା ବଡ଼ଚଣା ଅଞ୍ଚଳରୁ ଏକ ବିବାହ କାର୍ଯ୍ୟକ୍ରମ ସାରି ଫେରୁଥିଲେ । ଆଜି ସକାଳ ପ୍ରାୟ ୮ଟା ସମୟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଆଜି ସକାଳ ସମୟରେ ଯାଜପୁର ଜିଲ୍ଲା ୫୩ନଂ ଜାତୀୟ ରାଜପଥ ବରଡ଼ା ଛକ ନିକଟରେ ଘଟିଛି ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା। ବଡ଼ଚଣା ଥାନା ଶାସନପୁରୁଷୋତ୍ତମପୁର ଗାଁର ଲୋକେ ଗତକାଲି କେଉଁଝର ଅଞ୍ଚଳକୁ ଏକ ବିବାହ ବରଯାତ୍ରୀ ଯାଇଥିଲେ। ସେମାନେ ଏକ ବୋଲେରୋ ଗାଡିରେ ଫେରୁଥିବା ସମୟରେ ଜାତୀୟ ରାଜପଥର ବରଡ଼ା ଛକ ନିକଟରେ ପୂର୍ବରୁ ଛିଡା ହୋଇଥିବା ଏକ ହାଇୱା ପଛରେ ଜୋରରେ ଧକ୍କା ଦେଇଥିଲା। ଖବର ପାଇ ଅଗ୍ନିଶମ ବାହିନୀ, ପୋଲିସ ଓ ସ୍ଥାନୀୟ ଲୋକେ ସେମାନଙ୍କୁ ଗାଡି ଭିତରୁ ଉଦ୍ଧାର କରି ବଡ଼ଚଣା ଓ ଧର୍ମଶାଳା ମେଡିକାଲକୁ ପଠାଇଥିଲେ।

Leave A Reply

Your email address will not be published.