Latest Odisha News

କରୋନା ଭାଇରସ ଆତଙ୍କ; ୨ ପର୍ଯ୍ୟାୟରେ ଏୟାରଇଣ୍ଡିଆ ବିମାନରେ ଚୀନରୁ ଫେରିଲେ ୩୨୩ ଭାରତୀୟ

ନୂଆଦିଲ୍ଲୀ: କରୋନା ଭାଇରସର ଆତଙ୍କକୁ ଦେଖି ଚୀନରେ ଫସିଥିବା ଭାରତୀୟଙ୍କୁ ଉଦ୍ଧାର କରାଯାଇ ସ୍ୱଦେଶ ଅଣାଯାଉଛି । ରବିବାର ଦିନ ଦ୍ୱିତୀୟ ପର୍ଯ୍ୟାୟରେ ପୁଣିଥରେ ଏୟାର ଇଣ୍ଡିଆର ସ୍ୱତନ୍ତ୍ର ବିମାନ ଯୋଗେ ପ୍ରାୟ ୩୨୩ ଭାରତୀୟଙ୍କୁ ଦିଲ୍ଲୀ ଅଣାଯାଇଛି ।

ସେଥିମଧ୍ୟରେ ୭ ମାଳଦ୍ୱୀପ ନାଗରିକ ମଧ୍ୟ ରହିଛନ୍ତି । ଚୀନରେ କରୋନା କାୟା ବିସ୍ତାର କରୁଥିବାରୁ ଏୟାର ଇଣ୍ଡିଆର ବିମାନ ଭାରତୀୟଙ୍କୁ ଆଣି ଦିଲ୍ଲୀରେ ପହଂଚିସାରିଲାଣି ।

ଏନେଇ ଏକ ଜାତୀୟ ଗଣମାଧ୍ୟମ ଟ୍ୱିଟ୍ କରିଛି ।

୪୨୩ ଯାତ୍ରୀଙ୍କ କ୍ଷମତା ବହନ କରୁଥିବା ଏହି ବିମାନ ରବିବାର ଭୋର୍ ୩ଟା ୧୦ମି.ରେ ଉହାନରୁ ଉଡାଣ ଆରମ୍ଭ କରିଥିବାବେଳେ ସକାଳ ୯ଟା ୩୦ରେ ଭାରତ ପହଂଚିଲା । ।

ଅଧିକ ପଢନ୍ତୁ: କରୋନା ଭାଇରସ ଆତଙ୍କ; ଚୀନରୁ ଫେରିଲେ ୩୨୪ ଭାରତୀୟ

ସୂଚନାଯୋଗ୍ୟ, ଭାରତ ନିଜ ନାଗରିକମାନଙ୍କୁ ସ୍ୱଦେଶ ଫେରାଇ ଆଣୁଥିବା ବେଳେ ପାକିସ୍ତାନ କାହିଁକି କୌଣସି ପଦକ୍ଷେପ ନେଉନାହିଁ, ସେନେଇ ଚୀନରେ ରହୁଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏକପ୍ରକାର କ୍ଷୋଭ ପ୍ରକାଶ ପାଉଥିବା ନେଇ ଜାତୀୟ ଗଣମାଧ୍ୟମ ସୁତ୍ରରୁ ପ୍ରକାଶ ।

Comments are closed.