Latest Odisha News

BREAKING NEWS

ଝିଅକୁ ନେଇ ଭାବପ୍ରବଣ ହେଉଛନ୍ତି ରାହୁଲ

ନୂଆଦିଲ୍ଲୀ: ଦିଲ୍ଲୀ କ୍ୟାପିଟାଲ୍ସର ଓପନର ବ୍ୟାଟ୍ସମ୍ୟାନ କେଏଲ ରାହୁଲ ବାପା ହେବା ପରେ ଖୁସୀରେ ତାଙ୍କ ଗୋଡ ତଳେ ଲାଗୁନି । ଝିଅ ହେବା ପରେ ପ୍ରକୃତ ଖୁସୀ ଓ ଶାନ୍ତି କଣ ତାହା ମୁଁ ଜାଣିପାରିଛି । ବାପା ହେବା ନିଶ୍ଚିତ ଭାବେ ମୋ ପାଇଁ ସବୁଠାରୁ ଆନନ୍ଦର କ୍ଷଣ । ଯେତେବେଳେ ଝିଅକୁ ମୁଁ ଧରେ ଯେତେ ଚିନ୍ତା କିମ୍ବା ଚାପରେ ରହିଥାଏ କ୍ଷଣିକରେ ତାହା ଉଭାନ ହୋଇଯାଏ । କେଏଲ ରାହୁଲ ୨୦୨୩ରେ ସୁନୀଲ ଶେଟ୍ଟୀଙ୍କ ଝିଅ ଆଥୀୟାଙ୍କୁ ବିବାହ କରିଥିଲେ । ୨୦୨୫ରେ ସେମାନଙ୍କ ଇବାରା ନାମକ ଝିଅ ହୋଇଥିଲା ।

ରାହୁଲ କହିଛନ୍ତି ଏବେ ଝିଅଠାରୁ ବେଶୀ ସମୟ ଦୁରେଇ ରହିବା ସମ୍ଭବପର ହେଉନି । ଧୀରେ ଧୀରେ ସେ ବଡ ହେଉଥିବାରୁ ମୋତେ ବେଶ ଆନନ୍ଦ ଲାଗୁଛି ବୋଲି ସେ କହିଛନ୍ତି । ମୋତେ ଟେଷ୍ଟ କ୍ରିକେଟର ଖେଳାଳି କହି ସୀମିତ ଓଭରରୁ ବିଶେଷ କରି ଟି୨୦ରେ ଚୟନ କରାଯାଉ ନ ଥିଲା । ଏବେ ଏହି ଟ୍ୟାଗ ନିଜ ଉଠାରୁ ହଟେଇ ପାରିଥିବାରୁ ମୁଁ ଗର୍ବିତ ବୋଲି ସେ କହିଛନ୍ତି । ଟ୍ରଫି ଜିତିବା ଭୋକ ଏବେ ବି ମୋ ମନରୁ କମି ନାହିଁ ବୋଲି ରାହୁଲ କହିଛନ୍ତି ।

Leave A Reply

Your email address will not be published.