Latest Odisha News

BREAKING NEWS

ନିଟ୍ ପରୀକ୍ଷାରେ ଭଲ ପ୍ରଦର୍ଶନ କରିନାହାଁନ୍ତି ବୋଲି ଫ୍ୟାନରେ ଝୁଲିପଡିଲେ ଛାତ୍ର

ଭଦ୍ରକ: ଗତକାଲି ରାତିରେ ଭଦ୍ରକ ଜିଲ୍ଲାରେ ଘଟିଛି ଅଭାବନୀୟ ଘଟଣା। ନିଟ୍ ପରୀକ୍ଷାରେ ଭଲ ପ୍ରଦର୍ଶନ କରି ନଥିବା ଜାଣି ଫ୍ୟାନରେ ଝୁଲିପଡିଲେ ଛାତ୍ର। ମୃତ ଛାତ୍ର ହେଉଛନ୍ତି ଜ୍ୟୋତି ପ୍ରକାଶ ବାରିକ। ତାଙ୍କୁ ତିହିଡି ବ୍ଲକ ଅନ୍ତର୍ଗତ ନୁନ୍ଦର ଗ୍ରାମର ଗ୍ରାମର ଗିରିଧାରୀ ବାରିକଙ୍କ ପୁଅ ବୋଲି ଚିହ୍ନଟ କରାଯାଇଛି।

ଘରେ କେହି ନ ଥିବାର ସୁଯୋଗ ନେଇ ଭଦ୍ରକ ସ୍ଥିତି ଭଡା ଘରେ ଛାତ୍ର ଜଣଙ୍କ ଆତ୍ମହତ୍ୟା କରିଥିବା କୁହାଯାଉଛି। ସୂଚନା ଅନୁଯାୟୀ ତିହିଡି଼ ଥାନା ଅଧିନସ୍ଥ ନୁନ୍ଦର ଗ୍ରାମର ଗିରିଧାରୀ ବାରିକ ଦୀର୍ଘ ବର୍ଷ ହେବ ଭଦ୍ରକ ସହରରେ ଏକ ଭଡା ଘରେ ରହି ଚା ଦୋକାନ କରି ପରିବାର ପ୍ରତିପୋଷଣ କରୁଥିଲେ। ଘରେ ସ୍ତ୍ରୀ ଓ ପୁଅ ମଧ୍ୟ ରହୁଥିଲେ। ପୁଅ ଜ୍ୟୋତି ପ୍ରକାଶ ବାରିକ ଚଳିତ ବର୍ଷ NEET ପରୀକ୍ଷା ଦେଇଥିଲେ । ଜ୍ୟୋତି ଗତ ବର୍ଷ ଭୁବନେଶ୍ୱରରେ ପାଠପଢ଼ା ସମୟରେ ପ୍ରଥମ NEET ପରୀକ୍ଷା ଦେଇଥିଲେ। ସେତେବେଳେ ସେ ୩୩୦ ମାର୍କ ପାଇଥିଲେ। ଏହା ପରେ ସେ ଭଦ୍ରକ ଫେରି ଆସିଥିଲେ। ସେ ଘରେ ଦ୍ୱିତୀୟ ଥର ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ ଏବଂ ମେ ୩ ରେ ପୁଣି ଥରେ ପରୀକ୍ଷା ଦେଇଥିଲେ। ତେବେ ପରୀକ୍ଷାରେ ଭଲ ପ୍ରଦର୍ଶନ କରି ନ ଥିବା ନିଜେ ଜାଣିବାକୁ ପାଇଥିଲେ।

ଏହି ଚିନ୍ତା ଜ୍ୟୋତିଙ୍କୁ ଭିତରେ ଭିତରେ ଡରାଉଥିଲା ଏବଂ ଅତ୍ୟଧିକ ମାନସିକ ଚାପଗ୍ରସ୍ତ ହେଉଥିଲେ। ତାଙ୍କର ଏହି ବିଫଳତା ଡାକ୍ତର ହେବାର ଆକାଂକ୍ଷାକୁ ପଥଭ୍ରଷ୍ଟ କରିବ ଏବଂ ତାଙ୍କର ଭବିଷ୍ୟତ ସମ୍ଭାବନାକୁ ନଷ୍ଟ କରିବ ବୋଲି ଭୟ କରୁଥିଲେ। ତେବେ ଗତକାଲି ରାତିରେ ବାପା ଓ ମାଆ ଦୋକାନ ଯାଇଥିବା ବେଳେ ଘରେ କେହି ନ ଥିବାର ସୁଯୋଗ ନେଇ ଫ୍ୟାନରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି ଯୁବକ ଜ୍ୟୋତି ପ୍ରକାଶ ବାରିକ । ଘରକୁ ଫେରି ପୁଅ କୁ ଝୁଲୁ ଥିବାର ଦେଖି ସଙ୍ଗେ ସଙ୍ଗେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ। ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ତେବେ ଏହି ଘଟଣାକୁ ନେଇ ଡାକ୍ତରଖାନା ଅଞ୍ଚଳରେ କାନ୍ଦ ବୋବାଳିରେ ଫାଟି ପଡିବା ସହ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

Leave A Reply

Your email address will not be published.