Latest Odisha News

BREAKING NEWS

Gas Cylinder Blast: ଫାଟିଲା ଗ୍ୟାସ୍‌ ସିଲିଣ୍ଡର;ମହିଳା ଓ ଶିଶୁଙ୍କ ସମେତ ୬ ଆହତ

ଗଞ୍ଜାମ: ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ସୁନାଥର ଗ୍ରାମରେ ଭୟଙ୍କର ବିସ୍ଫୋରଣ । ଆଜି (ରବିବାର) ସନ୍ଧ୍ୟାରେ ରୋଷେଇ ପାଇଁ ଗ୍ଯାସ ଲଗାଇବା ବେଳେ ହଠାତ୍ ସିଲିଣ୍ଡରଟି ବିସ୍ପୋରଣ ହୋଇ ନିଆଁ ଲାଗିଯାଇଥିଲା । ଏହି ବିସ୍ଫୋରଣରେ ଘରର ଟିଣ ଉଡିଯାଇଥିବା ବେଳେ ଜିନିଷପତ୍ର ମଧ୍ୟ ପୋଡିଯାଇଛି ।ଏହି ସିଲିଣ୍ଡର ବିସ୍ଫୋରଣରେ ଦୁଇ ମହିଳା ଦୁଇ ଶିଶୁଙ୍କ ସମେତ ୬ ଜଣ ଆହତ ହୋଇଛନ୍ତି ।

ସୂଚନାଥାଉକି, ଜଣେ ଗୁରୁତରଙ୍କୁ ଏମ୍‌କେସିଜି ସ୍ଥାନାନ୍ତ କରାଯାଇଛି ।

ସମସ୍ତ ଆହାତଙ୍କୁ ଚିକିତ୍ସା ଲାଗି ଭାଟକୁମରଡା ଗୋଷ୍ଠୀ ସ୍ବାସ୍ଥ୍ଯକେନ୍ଦ୍ରରେ ଭର୍ତ୍ତିକରାଯାଇଛି । ଏପଟେ ଖବରପାଇ ପୁରୁଷୋତ୍ତମପୁର ଦମକଳବାହୀନି ଘଟଣାସ୍ଥଳରେ ପହଁଚି ନିଆଁକୁ ଆୟତ୍ତ କରିଛି । ଏପଟେ ପୁରୁଷୋତ୍ତମପୁର ଥାନା ଏସଆଇ ଶୁଶାନ୍ତକୁମାର ମିଶ୍ର ତଦନ୍ତ ଆରମ୍ଭ କରିଛନ୍ତି ।

ଆହାତମାନେ ହେଲେ ଶୋଭା ନାହାକ (୬୫), ପିଙ୍କି ନାହାକ (୩୫), ପ୍ରଶନ ନାହାକ (୩୫), କିର୍ତ୍ତନ ନାହାକ (୭୦), ପାଣ୍ଡା ନାହାକ( ୪) ଓ ଖୁସି ନାହାକ (ଦେଢବର୍ଷ) ।

Leave A Reply

Your email address will not be published.