ଚେନ୍ନାଇ: ବିଜୟ ଥାଲାପଥୀ ଏବେ ତାମିଲନାଡୁର ନୂଆ ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ତାଙ୍କର ଶପଥ ଗ୍ରହଣ ଉତ୍ସବ ଆଜି ଅନୁଷ୍ଠିତ ହୋଇଥିଲା। ଏହି ସମୟରେ ତାଙ୍କର ପୁରା ପରିବାର ଯୋଗ ଦେଇଥିଲେ। ଯଦିଓ ତାଙ୍କ ପତ୍ନୀ ଓ ପିଲାମାନେ ନଜର ଆସିନଥିଲେ।
ବିଜୟଙ୍କ ପତ୍ନୀ ସଙ୍ଗୀତା ସ୍ୱର୍ଣ୍ଣଲିଙ୍ଗମ, ପୁଅ ଜେସନ ସଞ୍ଜୟ ଓ ଝିଅ ଦିବ୍ୟା ଶାସାଙ୍କ ଅନୁପସ୍ଥିତି ଏବେ ସୋସିଆଲ ମିଡିଆରେ ହଙ୍ଗାମା ସୃଷ୍ଟି କରିଛି। ଅନେକ ସୋସିଆଲ ମିଡିଆ ୟୁଜର୍ସ ଏହି ଚର୍ଚ୍ଚା ମଧ୍ୟରେ ତୃଷାଙ୍କ ସହିତ ବିଜୟଙ୍କ ସମ୍ପର୍କକୁ ନେଇ ପ୍ରଶ୍ନ ମଧ୍ୟ ଉଠାଇଛନ୍ତି। କିଛି ୟୁଜର ଲେଖିଛନ୍ତି ଯେ କାର୍ଯ୍ୟକ୍ରମକୁ ଯଦିଓ ପତ୍ନୀଙ୍କୁ ନିମନ୍ତ୍ରଣ କରାଯାଇନି ତେବେ ଦୁଇ ପିଲାଙ୍କୁ ନିଶ୍ଚିତ ନିମନ୍ତ୍ରଣ କରାଯିବାର ଥିଲା। ସେହିପରି ଆଉ କିଛି ବିବାହ ବିଚ୍ଛେଦ ମାମଲା କୋର୍ଟରେ ଥିବାରୁ ସେମାନେ ଆସିନଥିବା ଅନୁମାନ କରିଛନ୍ତି।
ତେବେ ଲୋକପ୍ରିୟ ଦକ୍ଷିଣ ଭାରତୀୟ ଅଭିନେତ୍ରୀ ତ୍ରିଶା କୃଷ୍ଣନଙ୍କୁ ମଧ୍ୟ ଶପଥ ଗ୍ରହଣ ଉତ୍ସବରେ ଦେଖିବାକୁ ମିଳିଥିଲା। ତ୍ରିଶା କୃଷ୍ଣନ ଏବଂ ବିଜୟ ଥାଲାପଥୀ ଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଶପଥ ଗ୍ରହଣ ସମାରୋହରେ ତାଙ୍କ ଉପସ୍ଥିତିକୁ ଖାସ୍ ବୋଲି କୁହାଯାଉଛି।ତ୍ରିଶା କୃଷ୍ଣନ ଏକ ସବୁଜ ଶାଢ଼ି ପିନ୍ଧି ବିଜୟଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେଇଥିଲେ। କେଶରେ ଗଜରା ସହ ହାଲୁକା ମେକଅପ୍ ପିନ୍ଧିଥିଲେ ଏବଂ ପାରମ୍ପରିକ ପୋଷାକରେ ସେ ଖୁବ୍ ସୁନ୍ଦର ଦେଖାଯାଉଥିଲେ।
ଉଲ୍ଲେଖଯୋଗ୍ୟ, ବିଜୟ ସରକାର ଗଠନ ପାଇଁ ୪ ଥର ରାଜ୍ୟପାଳଙ୍କୁ ଭେଟିଥିଲେ । କାରଣ ମୋଟ ୨୩୪ ଆସନ ମଧ୍ୟରୁ ସର୍ବାଧିକ ୧୦୮ଟି ଆସନ ଟିଭିକେ ଜିତିଥିଲା । ଟିଭିକେକୁ ଆଗରୁ କଂଗ୍ରେସ(୫), ସିପିଆଇ (୨) ଏବଂ ସିପିଆଇ(ଏମ୍) (୨) ଭଳି ଦଳର ସମର୍ଥନ ୮ ତାରିଖ ସୁଦ୍ଧା ମିଳିସାରିଥିଲା । ତଥାପି ବହୁମତ (୧୧୮) ଅଙ୍କ ଛୁଇଁପାରି ନଥିଲା ଦଳ । ଆଉ ଗତ ଶନିବାର ଦିନ ଭିସିକେ ଏବଂ ଆଇୟୁଏମ୍ଏଲ୍ ନିଜ ସମର୍ଥନ ଜଣାଇଥିଲେ । ଯାହାପରେ ଟିଭିକେର ମୋଟ ଆସନ ସଂଖ୍ୟା ୧୨୧ରେ ପହଞ୍ଚିଥିଲା।