Latest Odisha News

BREAKING NEWS

‘ଯାତ୍ରା କରୁଛୁ କିନ୍ତୁ ପାରିଶ୍ରମିକ ମାଲିକ ଦେଉନି’; ଅଭିଯୋଗ ନେଇ ଥାନାରେ ତାରିଣୀ ଗଣନାଟ୍ୟର କଳାକାର

ଭଦ୍ରକ: ଭଦ୍ରକ ଗ୍ରାମାଞ୍ଚଳ ଥାନାରେ ଅଭିଯୋଗ ନେଇ ପହଞ୍ଚିଲେ ତାରିଣୀ ଗଣନାଟ୍ୟର କଳାକାର ଓ କର୍ମଚାରୀ । ଦୀର୍ଘ ଦିନ ଯାତ୍ରା ପାର୍ଟିରେ କାମ କରି ମଧ୍ୟ ମିଳିଲା ନାହିଁ ଦରମା ବୋଲି ଅଭିଯୋଗ କରିଛନ୍ତି ।

ଅଭିଯୋଗ ମୁତାବକ,ସେମାନେ ଦୀର୍ଘ ଦିନ ଧରି ତାରିଣୀ ଗଣନାଟ୍ୟରେ କାର୍ଯ୍ୟ କରୁଥିଲେ । କିନ୍ତୁ ଦରମା ପାଇ ନାହାନ୍ତି । କଳାକାରମାନେ ଘଟଣାକୁ ନେଇ ପ୍ରଯୋଜକ ଓ ପରିଚାଳକଙ୍କୁ ବହୁ ଅଭିଯୋଗ କରିଥିଲେ ,ଏହାପରେ ଆପୋଷ ସମାଧାନ ପାଇଁ ସମୟ ଦିଆଯାଇଥିଲା । କିନ୍ତୁ ଦିଆଯାଇଥିବା ସମୟରେ ମଧ୍ୟ ପରିଚାଳକ ଆସିନଥିଲେ। ଏପରିକି ଯାତ୍ରା ସରିବା ପରେ ଯାତ୍ରା ମାଲିକ ଫୋନ୍ ସ୍ୱିଚ୍ ଅଫ୍ କରିଦେଉଥିବା ମଧ୍ୟ ଅଭିଯୋଗ କରିଛନ୍ତି ।

ଏହି ଘଟଣାକୁ ନେଇ ତାରିଣୀ ଗଣନାଟ୍ୟର ପରିଚାଳକ ପରିଚାଳକ କହିଛନ୍ତି ଯେ ଏବେ କଳାକାରମାନେ ଯାତ୍ରା କରୁ ନାହାନ୍ତି , ତେଣୁ ଟଙ୍କା ଦିଆଯାଇ ପାରୁ ନାହିଁ । ପ୍ରତିଶ୍ରୁତି ଦେଇଛନ୍ତି ଯେ ,ଯାତ୍ରା ଆରମ୍ଭ ହେଲେ ବକେୟା ଟଙ୍କା ଦିଆଯିବ ।

Leave A Reply

Your email address will not be published.