Latest Odisha News

BREAKING NEWS

୫୬ ଗ୍ରାମ ହେରୋଇନ ଜବତ;ଜଣେ ଗିରଫ

ଜଗତସିଂହପୁର: ବିରିଡ ଥାନା ଅନ୍ତର୍ଗତ ମାଣିତିରି ଅଞ୍ଚଳର ନିଶା ମାଫିଆ ସରୋଜ ନାୟକ ଗିରଫ । ଯାଞ୍ଚ ପରେ ତାଙ୍କ ପାଖରୁ ହେରୋଇନ୍ , ଏକ ଫୋନ ଏବଂ ନିଶା ବେପାରରେ ବ୍ୟବହାର ହେଉଥିବା ମୋଟର ସାଇକେଲ ଜବତ କରାଯାଇଛି । ଜଗତସିଂହପୁର ଅବକାରୀ ଭ୍ରାମ୍ୟମାଣ ସଂସ୍ଥା ଅଭିଯୁକ୍ତଙ୍କୁ ଗିରଫ କରିଛନ୍ତି ।

ସୂଚନାଥାଉକି, ମାଣିତିରି ଗାଁର ସରୋଜ ନାୟକ ଦୀର୍ଘ ଦିନ ଧରି ଆଖପାଖ ଅଞ୍ଚଳରେ ହେରୋଇନ୍ ବେପାର କରୁଥିଲା ।ବେପାର କରୁଥିବା ବେଳେ ଜଗତସିଂହପୁର ଅବକାରୀ ଭ୍ରାମ୍ୟମାଣ ସଂସ୍ଥାର ଇନ୍ସପେକ୍ଟର ପ୍ରଭାସ କୁମାର ଚୌଧୁରୀ ତାକୁ ଧରିଥିଲେ । ଜବତ ହେରୋଇନ୍ ସହ ବାଇକ ର ଆନୁମାନିକ କଳାବଜାରୀ ମୂଲ୍ୟ ପ୍ରାୟ ୬,୦୦,୦୦୦ ଟଙ୍କା ।

Leave A Reply

Your email address will not be published.