କଟକ : କେରଳ ପରେ ଏବେ ଓଡିଶାରେ ବଢ଼ୁଛି କରୋନା ଆତଙ୍କ । କଟକର ଏସସିବି ମେଡିକାଲରେ ଆଉ ଜଣେ କରୋନା ସନ୍ଦିଗ୍ଧ । ଓଡିଶାର ଜଣେ ମେଡିକାଲ ଛାତ୍ରୀ ଚୀନରୁ ଫେରିବା ପରେ ତାଙ୍କୁ ଏସସିବି ମେଡିକାଲରେ ଭର୍ତ୍ତି କରାଯାଇଛି ।
ହସ୍ପିଟାଲ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଚୀନରେ ଡାକ୍ତରୀ ପଢ଼ୁଥିବା ଛାତ୍ରୀ ରବିବାର ଦିନ ଓଡିଶାରେ ପହଂଚିଥିଲେ । ତାଙ୍କର ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ଥର୍ମାଲ ସ୍କ୍ରିନିଂରେ ଯାଂଚ ସମୟରେ ସ୍ୱାସ୍ଥ୍ୟାବସ୍ଥା ଠିକ୍ ନଥିବା ଜଣାପଡିଥିଲା । ତେବେ କରୋନା ଆକ୍ରାନ୍ତ ଥିବା ସନ୍ଦେହ କରି ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ହସ୍ପିଟାଲ ଅଧିକାରୀଙ୍କ କହିବା ମୁ୍ତାବକ, ଅସୁସ୍ଥ ଛାତ୍ରୀଙ୍କ ରକ୍ତ ନମୂନା ପରୀକ୍ଷଣ ପାଇଁ ପୁଣେ ସ୍ଥିତ ଏନଆଇଭିକୁ ପଠାଯାଇଛି । ସେ ପର୍ଯ୍ୟନ୍ତ ଛାତ୍ରୀଙ୍କୁ ଆଇସୋଲେସନ ରୁମରେ ରଖାଯିବ ।
ସେମିତି ଫୁଲବାଣୀର ଅନ୍ୟ ଜଣେ ମେଡିକାଲ ଛାତ୍ର ୧୧ ଜାନୁଆରୀରେ ଚୀନରୁ ଫେରିଥିଲେ । ସେ ଅସୁସ୍ଥ ଥିବାରୁ ୩୧ ଜାନୁଆରୀରେ ତାଙ୍କୁ ଏସସିବି ମେଡିକାଲରେ ଭର୍ତ୍ତି କରାଯାଇଥିଲା ।
Comments are closed.