ଭୁବନେଶ୍ୱର: ଏଣିକି ବିଜୁଳି ବିଲ୍ ନଭରିଲେ ତ୍ରାହି ନାହିଁ । ସେସୁ, ନେସ୍କୋ ପରେ ୱେସ୍କୋ ଦେଇଛି ବିଜୁଳି କାଟ୍ର ଚେତାବନୀ । ଆସନ୍ତା ୧୮ ତାରିଖ ସୁଦ୍ଧା ବକେୟା ବିଲ୍ ନଭରିଲେ ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ କରାଯିବ । ଏନେଇ ୱେସ୍କୋ ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି ।
ୱେସ୍କୋ ଅନୁସାରେ ବିଭିନ୍ନ ଘରୋଇ କମ୍ପାନୀ ଗୁଡିକ ଉପରେ ପ୍ରାୟ ୨ହଜାର ୧୧୭ କୋଟି ଟଙ୍କାର ବିଜୁଳି ବିଲ୍ ବାକି ଅଛି । ଏହାସହ ଗତ ୨ ବର୍ଷ ମଧ୍ୟରେ ୧ଲକ୍ଷ ୨୫ ହଜାର ୧୭୦ ଜଣ ବିଜୁଳି ଉପଭୋକ୍ତା ବିଜୁଳି ବିଲ୍ ପୈଠ କରିନାହାନ୍ତି । ୨ଲକ୍ଷ ୫୭ ହଜାର ୬୫୧ ଉପଭୋକ୍ତାଙ୍କ ଉପରେ ୨୫ ହଜାରରୁ ଅଧିକ ଟଙ୍କାର ବିଦ୍ୟୁତ ବିଲ୍ ବକେୟା ରହିଛି । ସେହିପରି ୫୦ ହଜାରରୁ ଅଧିକ ଟଙ୍କାର ବିଜୁଳି ବିଲ୍ ବାକି ଥିବା ଗ୍ରାହକଙ୍କ ସଂଖ୍ୟା ରହିଛି ୧ଲକ୍ଷ ୩୪ ହଜାର ୫୬୧ । ଅନ୍ୟପଟେ ଏଚ୍ଟି, ଇଏଚ୍ଟି ନିକଟରେ ୪୦୬ କୋଟି ଟଙ୍କା ବାକି ପଡିଛି ।
ୱେସ୍କୋ ପଶ୍ଚିମ ଓଡ଼ିଶାରେ ୯ଟି ଜିଲ୍ଲାକୁ ସେବା ଯୋଗାଉଛି । ସରକାରଙ୍କ ଚିଠି ଅନୁସାରେ ଫେବୃଆରୀ ମାସ ଶେଷ ସୁଦ୍ଧା ବିଲ୍ ପୈଠ କରାନଗଲେ ବିଜୁଳି ସେବା କାଟି ଦିଆଯିବ । ସେହିପରି ସରକାରୀ କ୍ୱାର୍ଟର ଗୁଡିକ ସମ୍ପର୍କରେ ସରକାର କୌଣସି ଚିଠି ଦେଇନଥିବାରୁ ସେଗୁଡିକର ଆସନ୍ତା ଫେବୃଆରୀ ୧୮ ତାରିଖ ଭିତରେ ବିଜୁଳି କାଟି ଦିଆଯିବ ବୋଲି ସୂଚନା ଦେଇଛି ୱେସ୍କୋ ।
BREAKING NEWS
- Suicide Blast: ବିବାହ ଉତ୍ସବରେ ଆତ୍ମଘାତୀ ବିସ୍ଫୋରଣ: ଆତଙ୍କବାଦୀ ନୁର ଆଲାମଙ୍କ ସମେତ ୫ ମୃତ
- ରାଜଧାନୀରେ ବୁଲିଲା ଖଣ୍ଡା, ଫ୍ଲାଗ ମାର୍ଚ୍ଚ କରୁଛି ପୋଲିସ
- Naxals Killed: ସରଣ୍ଡାରେ ଜଙ୍ଗଲରେ ଜୋରଦାର ସର୍ଚ୍ଚ ଅପରେସନ୍: ଟଳିଲେ ୧୭ ନକ୍ସଲ
- ମଣିପାଲ୍ ହସ୍ପିଟାଲ୍ ଭୁବନେଶ୍ୱର ପକ୍ଷରୁ ‘ସଡ଼କ ସୁରକ୍ଷା ସଚେତନତା ମାସ’ ଆରମ୍ଭ
- ଜାତିସଂଘ ଉପରେ ବିଶ୍ୱାସ ଅଛି, ଟ୍ରମ୍ପଙ୍କ ଶାନ୍ତି ବୋର୍ଡ ଦରକାର ନାହିଁ: ସ୍ପେନ
- ରାଉରକେଲା ବିମାନ ଦୁର୍ଘଟଣା: ପାଇଲଟ ତରୁଣ ଶ୍ରୀବାସ୍ତବ ସୁସ୍ଥ ହୋଇ ଫେରିଲେ
- ସୁଯୋଗ ହାତଛଡା କରୁଛନ୍ତି ସଞ୍ଜୁ ସାମସନ
- ‘Border 2’ ରିଲିଜ ପରେ ମନକଥା କହିଲେ ଦିଲଜିତ୍…
- ଫିଟ ଅଛନ୍ତି ତ ବୁମରାହ, ଚିନ୍ତା ବଢ଼ାଇଲା
- Maoists Surrender: ୪୭ ଲକ୍ଷ ଟଙ୍କାର ପୁରସ୍କାର ରାଶି ଥିବା ୯ ହାର୍ଡକୋର ମାଓବାଦୀଙ୍କ ଆତ୍ମସମର୍ପଣ
Comments are closed.