Latest Odisha News

ସଲମାନଙ୍କ ସହ ନୂଆ ଫିଲ୍ମରେ ଅଭିନୟ କରୁ ନାହାନ୍ତି କରୀନା

ମୁମ୍ବାଇ: ବଲିଉଡର ସୁପରଷ୍ଟାର ସଲମାନ ଖାଁଙ୍କ ଆଗାମୀ ଫିଲ୍ମକୁ ପ୍ରଶଂସକମାନେ ବ୍ୟଗ୍ରତା ସହକାରେ ଅପେକ୍ଷା କରିଛନ୍ତି । ରାଜ ଓ ଡିକେ ଯୋଡୀଙ୍କ ସହ ସଲମାନ ଏକ ସୁପରହୀରୋ ଫିଲ୍ମ କରିବାକୁ ଯାଉଛନ୍ତି ବୋଲି ଖବର ପ୍ରକାଶ ପାଇଛି । ଏହି ଖବର ପ୍ରସାରିତ ହେବା ପରେ ପ୍ରଶଂସକମାନଙ୍କ ଉତ୍କଣ୍ଠା ବୃଦ୍ଧି ପାଇବାରେ ଲାଗିଛି । ଏହି ଫିଲ୍ମରେ ସଲମାନଙ୍କ ସହ କରୀନା କାପୁର ଅଭିନୟ କରିବେ ବୋଲି ରିପୋର୍ଟ ପ୍ରକାଶ ପାଇଥିଲା । ତେବେ ଏହି ଖବର ମିଥ୍ୟା ବୋଲି ଜଣାପଡିଛି ।

ରାଜ, ଡିକେ ଏ ପର୍ଯ୍ୟନ୍ତ କରୀନାଙ୍କ ସହ ଏହି ଫିଲ୍ମ ନେଇ ସାକ୍ଷାତ କରି ନାହାନ୍ତି । ଫିଲ୍ମରେ କେବଳ ସଲମାନ ଚୂଡାନ୍ତ ହୋଇଛନ୍ତି । ଅନ୍ୟ କୌଣସି କଳାକାରଙ୍କୁ ଏ ପର୍ଯ୍ୟନ୍ତ ସାଇନ କରାଯାଇନି । ଫିଲ୍ମରେ ଅଧିକାଂଶ ଯୁବ କଳାକାର ରହିବେ ବୋଲି ସୂଚନା ମିଳିଛି । ଜୁନରୁ କାଷ୍ଟିଂ କାମ ଆରମ୍ଭ ହେବ । ଏହା ପରେ ସଲମାନଙ୍କ ସହ କେଉଁ ଅଭିନେତ୍ରୀ ଅଭିନୟ କରିବେ ତାହା ସ୍ପଷ୍ଟ ହେବ । ସଲମାନ ଓ କରୀନା ମେଁ ଔର ମିସେଜ ଖାନ, ବଡିଗାର୍ଡ ଓ ବଜରଙ୍ଗି ଭାଇଜାନରେ ଏକତ୍ର କାମ କରିଛନ୍ତି ।

Leave A Reply

Your email address will not be published.