Latest Odisha News

BREAKING NEWS

ବିଜେଡି ନେତ୍ରୀଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ, ପୂର୍ବତନ ଜିଲ୍ଲା ପରିଷଦ ଉପାଧ୍ୟକ୍ଷଙ୍କ ବୋହୂ ମୃତ

ମୟୁରଭଞ୍ଜ: ବିଜେଡି ନେତ୍ରୀଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ। ଟ୍ରେଲରକୁ ଧକ୍କା ଦେଲା ଟାଟା ନେକ୍ସନ୍। ଜଣେ ମୃତ ୨ ଗୁରୁତର। ବିଜେଡିର ବରିଷ୍ଠ ନେତ୍ରୀ ତଥା ମୟୂରଭଞ୍ଜ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ପୂର୍ବତନ ଉପାଧ୍ୟକ୍ଷା କମଳା ତିରିଆଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ପୂର୍ବତନ ଜିଲ୍ଲା ପରିଷଦ ଉପାଧ୍ୟକ୍ଷଙ୍କ ବୋହୂଙ୍କର ମୃତ୍ୟୁ ଘଟିଛି। ପୁଅ ଓ ପୂର୍ବତନ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ କମଳା ତିରିଆ ଗୁରୁତର ଆହତ ହୋଇଛନ୍ତି।

ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ଗଡଦେଉଳିଆ ଛକ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଭୁବନେଶ୍ବରରୁ ସମସ୍ତେ ବାରିପଦା ଫେରୁଥିଲେ। ସେହି ସମୟରେ ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି । ନିଜ ପୁଅ ବୋହୂଙ୍କ ସହ ଭୁବନେଶ୍ୱରରୁ ବାରିପଦା ଫେରୁଥିଲେ ବିଜେଡି ନେତ୍ରୀ। ସମସ୍ତଙ୍କୁ ବାଲେଶ୍ଵର ଫକୀରମୋହନ ମେଡ଼ିକାଲ କଲେଜ୍ ଏଣ୍ଡ ହସ୍ପିଟାଲରେ ଭର୍ତ୍ତିକରି ଚିକିତ୍ସା କରାଯାଇଥିବାବେଳେ ଚିକିତ୍ସାଧୀନ ଅବସ୍ଥାରେ କମଳାଙ୍କ ସାନ ପୁଅଙ୍କ ସ୍ତ୍ରୀ ମୃତ୍ୟୁବରଣ କରିଥିବା ସୂଚନା ମିଳିଛି। ବୋହୂ ଗର୍ଭବତୀ ଥିବାବେଳେ ତାଙ୍କର ମୃତ୍ୟୁ ହୋଇଛି।

ସୂଚନା ଥାଉକି ଗତ କିଛି ଦିନ ହେବ ଲଗାତାର ଭାବେ ଦୁର୍ଘଟଣା ଘଟି ଚାଲିଛି। ଗୋଟିଏ ଦିନ ପୂର୍ବରୁ ସମ୍ବଲପୁର ଜିଲ୍ଲା ମହୁଲପାଲି ଥାନା କୁସୁମୀ ଫାଣ୍ଡି ଅନ୍ତର୍ଗତ ପେଟ୍ରୋଲ ପମ୍ପ ନିକଟରେ ଅଘଟଣ ଘଟିଥିଲା। ପିକ ଅପ ସାଙ୍ଗେ ବାଇକ ଧକ୍କା ହୋଇଥିଲା। ଫଳରେ ଘଟଣା ସ୍ଥଳରେ ଜଣେ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଥିଲା। ସେପଟେ ଅନ୍ୟଜଣେ ଆହତ ହୋଇଥିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ତାଙ୍କ ଅବସ୍ଥା ସଙ୍କଟାପର୍ଣ୍ଣ ଥିବାରୁ ବୁର୍ଲାକୁ ସ୍ଥାନାନ୍ତର କରାଯାଇଥିଲା। ପୋଲିସ ତଦନ୍ତ ପରେ ମୃତକ ଚିନ୍ମୟ ଠାକୁର ଓ ଗଗନ ପାତ୍ର ତଥା ଗୁରୁତ୍ତର ଶିଶିର ଠାକୁର ସମସ୍ତେ କୁଚିଣ୍ଡା ଥାନା ଛେପରାବେଡା ଅଞ୍ଚଳର ହୋଇଥିବା ଜଣାପଡିଥିଲା।

Leave A Reply

Your email address will not be published.