Latest Odisha News

BREAKING NEWS

ସ୍ୱାସ୍ଥ୍ୟ ବିଭାଗକୁ ଘାରିଲାଣି ବର୍ଷାଦିନିଆ ଫୁଡ୍ ପଏଜନିଂ ଓ ଜଣ୍ଡିସ୍‌ ଚିନ୍ତା, ଆଗୁଆ ପଦକ୍ଷେପ ନେବାକୁ ନିର୍ଦ୍ଦେଶ

ଭୁବନେଶ୍ୱର: ସ୍ୱାସ୍ଥ୍ୟ ବିଭାଗକୁ ଘାରିଲାଣି ବର୍ଷାଦିନିଆ ଫୁଡ୍ ପଏଜନିଂ ଓ ଜଣ୍ଡିସ୍‌ ଚିନ୍ତା। ଆଗୁଆ ପଦକ୍ଷେପ ନେବାକୁ ହୋଇଛି ନିର୍ଦ୍ଦେଶ। ଚଳିତ ବର୍ଷ ଠିକ ସମୟରେ ଆସିବ ମୌସୁମୀ। ମୌସୁମୀ ବାୟୁ ଅଗ୍ରସର ପାଇଁ ଅନୁକୂଳ ହେଉଛି ପାଗ। ଏଥର ସ୍ୱାଭାବିକ ସମୟ ମଧ୍ୟରେ ଆସିବ ମୌସୁମୀ। ଏ ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ଆଗାମୀ ମୌସୁମୀକୁ ନଜର ରଖି ଆଗୁଆ ପଦକ୍ଷେପ ନେବା ପାଇଁ ସ୍ୱାସ୍ଥ୍ୟ ସଚିବଙ୍କ ନିର୍ଦ୍ଦେଶ। କିଛି ସ୍ଥାନରେ ଖାଦ୍ୟ ବିଷକ୍ରିୟା ଓ ଜଣ୍ଡିସକୁ ନଜରରେ ରଖି ଫୁଡ୍ ଇନ୍ସପେକ୍ଟରଙ୍କୁ ନିରୀକ୍ଷଣ ନିମନ୍ତେ ନିର୍ଦ୍ଦେଶ ଦେବା ସହ ଜିଲ୍ଲାପାଳଙ୍କୁ ରିପୋର୍ଟ ମାଗିଛନ୍ତି ସ୍ୱାସ୍ଥ୍ୟ ବିଭାଗ କମିସନର ତଥା ସଚିବ ଅଶ୍ୱତୀ ଏସ୍ ।

ସ୍ୱାସ୍ଥ୍ୟ ସେବାକୁ ଆହୁରି ସୁଦୃଢ଼ କରିବା ଓ ସମସ୍ତ ସ୍ତରରେ ଗୁଣାତ୍ମକ ଚିକିତ୍ସା ସୁନିଶ୍ଚିତ କରିବା ଲକ୍ଷ୍ୟରେ ସ୍ୱାସ୍ଥ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି।ସଏହି ବୈଠକରେ ବିଭିନ୍ନ ଜିଲ୍ଲାର ସ୍ୱାସ୍ଥ୍ୟ ସେବା, ରୋଗ ନିୟନ୍ତ୍ରଣ କାର୍ଯ୍ୟକ୍ରମ, ଡାକ୍ତର ଓ ପାରାମେଡିକାଲ୍ କର୍ମଚାରୀଙ୍କ ଉପସ୍ଥିତି, ଔଷଧ ଉପଲବ୍ଧତା ଓ ହସ୍ପିଟାଲ ଭିତ୍ତିଭୂମି ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା । ବୈଠକରେ ମାତୃ ଓ ଶିଶୁ ସ୍ୱାସ୍ଥ୍ୟ, ଟିକାକରଣ, ଆୟୁଷ୍ମାନ ଭାରତ ଓ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା, ଆୟୁଷ, ଜନଶୁଣାଣି, ପିଏମ ରାହତ, ଅଗ୍ନି ସୁରକ୍ଷା, ସେକ୍ଟର ମିଟିଂ, ଶିଶୁ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଆଦି ବିଷୟରେ ଆଲୋଚନା କରାଯାଇଥିଲା।

ରୋଗୀମାନଙ୍କୁ ହସ୍ପିଟାଲରେ ସୁବିଧା ଦେବା ପାଇଁ ସମସ୍ତ ଚିକିତ୍ସା ପ୍ରତିଷ୍ଠାନକୁ ନିର୍ଦ୍ଦେଶ ଦିଆଯାଇଥିଲା। ସେହିପରି ସବୁ ଅଧିକାରୀଙ୍କର ଉପସ୍ଥାନକୁ ଏଆଇ ମାଧ୍ୟମରେ ନିରୀକ୍ଷଣ କରାଯିବା ଯିବା ସହ ଏହାକୁ ଗୁରୁତ୍ଵଦେବାକୁ ସଚିବ ନିର୍ଦ୍ଦେଶ ଦେଇଥିଲେ। ସୂଚନା ଥାଉକି ପ୍ରତି ବର୍ଷ ବର୍ଷାଦିନେ ଫୁଡ ପଏଜନ ଏବଂ ଜଣ୍ଡିସ ଭଳି ରୋଗ ସାମ୍ନାକୁ ଆସେ। ଏଥିରେ ସାଧାରଣଲୋକ ହଇରାଣ ହୁଅନ୍ତି। ତେଣୁ ଆଗାମୀ ମୌସୁମୀକୁ ନଜର ରଖି ଆଗୁଆ ପଦକ୍ଷେପ ନେବା ପାଇଁ ସ୍ୱାସ୍ଥ୍ୟ ସଚିବ ଦେଇଛନ୍ତି ନିର୍ଦ୍ଦେଶ।

Leave A Reply

Your email address will not be published.