Latest Odisha News

OTET 2026: ଜୁନ୍ ୨୧ରେ OTET;ଏହି ତାରିଖରୁ ମିଳିବ ଆଡ୍‌ମିଟ୍‌ କାର୍ଡ

କଟକ:ଜୁନ୍ ୨୧ ତାରିଖରେ ହେବ ଓଟିଇଟି ପରୀକ୍ଷା । ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଘୋଷଣା । ଦୁଇଟି ସିଟିଂରେ ପରୀକ୍ଷା ହେବ । ପ୍ରଥମ ସିଟିଂ ସକାଳ ୯ଟାରୁ ୧୧ଟା ୩୦ ପର୍ଯ୍ୟନ୍ତ ହେବାକୁ ନିଷ୍ପତ୍ତି ନିଆଯାଇଥିବା ବେଳେ ୨ୟ ସିଟିଂ ଅପରାହ୍ନ ୨ଟାରୁ ୪ଟା ୩୦ ପର୍ଯ୍ୟନ୍ତ ପରୀକ୍ଷା ହେବ ।

ପରୀକ୍ଷା ସେଣ୍ଟରକୁ ଯିବା ପୂର୍ବରୁ ସମସ୍ତ ପରୀକ୍ଷାର୍ଥୀଙ୍କୁ ତନତନ କରି ଯାଞ୍ଚ କରାଯିବ । ସମସ୍ତ ପ୍ରଶ୍ନପତ୍ରକୁ ଷ୍ଟ୍ରଙ୍ଗ ରୁମ୍‌ରେ କଡ଼ା ସୁରକ୍ଷା ମଧ୍ୟରେ ରଖାଯାଇଛି ।

ଜୁନ୍‌ ୯ରୁ ବୋର୍ଡ ୱେବ୍‌ସାଇଟ୍‌ www.bseodisha.nic.in. ରେ ଆଡମିଟ୍‌ କାର୍ଡ ଉପଲବ୍ଧ ରହିବ। ଆଶାୟୀମାନେ ସେଠାରୁ ଡାଉନ୍‌ଲୋଡ କରି ପାରିବେ ।

Leave A Reply

Your email address will not be published.