Latest Odisha News

BREAKING NEWS

ବିଶ୍ୱର ଦାମୀ ଶୁଆ, ଦାମ ଶୁଣିଲେ ଉଡିଯିବ ହୋଶ

ନୂଆଦିଲ୍ଲୀ: ପୋଷା ଜୀବ ଜନ୍ତ୍‌ୁ ରଖିବାକୁ ଅନେକ ବ୍ୟକ୍ତି ଭଲ ପାଇଥାନ୍ତି । ଏଥିପାଇଁ ସେମାନେ ପାଣି ଭଳି ଅର୍ଥ ଖର୍ଚ୍ଚ କରିବାକୁ ପଛାନ୍ତି ନାହିଁ । ଆପଣମାନେ ଜାଣିଲେ ଆଶ୍ଚର୍ଯ୍ୟ ହେବ ଯେ, ହାୟସିନ୍ଥ ମକାଉ ନାମକ ଶୁଆ ସମସ୍ତଙ୍କୁ ପସନ୍ଦ ହେଲେ ମଧ୍ୟ ଏଥିପାଇଁ ପ୍ରଚୁର ଅର୍ଥ ଖର୍ଚ୍ଚ କରିବାକୁ ପଡିଥାଏ । ଏକ ରିପୋର୍ଟ ଅନୁସାରେ ଏହି ଶୁଆର ମୂଲ୍ୟ ପାଖାପାଖି ୧.୨ କୋଟି ଟଙ୍କା ହେବ । ଭାରତରେ ମଧ୍ୟ ଏହି ପକ୍ଷୀକୁ ପାଳିବା ପାଇଁ ଆଗ୍ରହ ଦେଖାଦିଏ । ଧନୀ ଲୋକଙ୍କ ପାଇଁ ଏହା ଏକ ଷ୍ଟେଟସ ସିମ୍ବଲ । ଅବଶ୍ୟ ଭାରତରେ କେତେକ ସ୍ଥାନରେ ଏହି ପକ୍ଷୀକୁ ୧୨ରୁ ୧୫ ଲକ୍ଷ ଟଙ୍କା ମଧ୍ୟରେ ମିଳିଥାଏ ବୋଲି କୁହାଯାଏ । ଆନ୍ତର୍ଜାତୀୟ ମାର୍କେଟରେ ଏହାର ମୂଲ୍ୟ ବହୁତ ଅଧିକ ।

ଏହି ଶୁଆ ୩ ଫୁଟ ପର୍ଯ୍ୟନ୍ତ ଲମ୍ବା ହୋଇଥାଏ । ଏହା ଦୁନିଆର ସବୁଠାରୁ ବଡ ଉଡୁଥିବା ଶୁଆ । ଆଖି ନୀଳ ହୀରା ସଦୃଶ ହୋଇଥିବା ବେଳେ ଏହା ଚାରିପଟେ ହଳଦିଆ ରଙ୍ଗର ବଳୟ ଏହାକୁ ଅତି ସୁନ୍ଦର କରିଥାଏ । ଏହାର ଥଂଟ ଏତେ ଟାଣ ଯେ, ସହଜରେ ନଡିଆକୁ କଣା କରିପାରେ । ୫୦ରୁ ୮୦ ବର୍ଷ ପର୍ଯ୍ୟନ୍ତ ଏହା ବଂଚୁଥିବାରୁ ଆପଣଙ୍କ ସହ ଜୀବନଯାକ ରହିବ କହିଲେ ଭୁଲ ହେବନି । ଅଳ୍ପ ବାକ୍ୟ କହୁଥିଲେ ମଧ୍ୟ ଏହାର ବୁଦ୍ଧି ପ୍ରଖର । ସେ ମାଲିକ ସହ ଏକ ନିବୀଡ ସମ୍ପର୍କ ଯୋଡି ଦେଇଥାଏ । ଆମେରିକା, ବ୍ରାଜିଲ, ବୋଲିଭିଆ ଓ ପାରାଗୁଏ ଜଙ୍ଗଲରେ ଏହି ଶୁଆ ଦେଖିବାକୁ ମିଳିଥାଏ । ଏହାର ଅବୈଧ ବ୍ୟାପାର କରାଯାଉଥିବାରୁ ସିଆଇଟିଇଏସରେ ଏହାକୁ ସାମିଲ କରାଯାଇଛି ।

Leave A Reply

Your email address will not be published.