କାକଟପୁର:ସମ୍ପର୍କରେ ଲାଗିଲା ଦାଗ । ମାଉସୀକୁ ହତ୍ୟା କଲା ପୁତୁରା । ଦୀର୍ଘ ଦିନ ଧରି ମାମୁ ଘରେ ରହି ମାମୁଙ୍କ କଲ୍ୟାଣ ମଣ୍ଡପରେ କାମ କରୁଥିଲା ଭଣଜା । ଗତ କାଲି ବିଳମ୍ବିତ ରାତିରେ ଏକ ଧାରୁଆ ମାରଣାସ୍ତ୍ରରେ ମାଇଁଙ୍କ ଭଉଣୀଙ୍କୁ ତଣ୍ଟି କାଟି ହତ୍ୟା କରିଛି । କାକଟପୁର ଶଙ୍କରେଶ୍ବରରେ ଏହି ଅଭାବନୀୟ ଘଟଣା ଘଟିଛି । ହତ୍ୟାକାରୀ ଭଣଜା ସ୍ମୃତି ରଞ୍ଜନ ସ୍ୱାଇଁଙ୍କୁ ଗିରଫ କରିଛି ପୋଲିସ।
ଅଭିଯୁକ୍ତର ଘର ଅସ୍ତରଙ୍ଗ ବେଗୁନିଆବସ୍ତ ଗାଁରେ । ତେବେ ହତ୍ୟାକାଣ୍ଡ ଘଟିଥିବା ସ୍ଥାନରୁ୫୦ ମି. ଦୂରରେ ଅଭିଯୁକ୍ତ ନିଶାସକ୍ତ ଅବସ୍ଥାରେ ଅଚେତ୍ ପଡି ରହିଥିବା ଦେଖିବାକୁ ମିଳିଥିଲା । ପୋଲିସ ପହଞ୍ଚି ଯୁବକଙ୍କୁ ଉଦ୍ଧାର କରି ବାଙ୍ଗୁରୀଗାଁ ମେଡିକାଲ କୁ ସ୍ଥାନାନ୍ତର କରିଛି ।
ଏପଟେ ହତ୍ୟାର କାରଣ ଏଯାଏଁ ଅସ୍ପଷ୍ଟ ରହିଛି ।