Latest Odisha News

ଚମ୍ପକକୁ ନେଇ ଅସନ୍ତୁଷ୍ଟ କୋହଲି

ବେଙ୍ଗାଲୁର: ଭାରତର ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲି ଏବେ ଜବରଦସ୍ତ ଫର୍ମରେ ଅଛନ୍ତି । ଚଳିତ ଆଇପିଏଲରେ ସେ ଶତକ ମାରିବା ସହ ଟପ ସ୍କୋରର ଦୌଡରେ ରହିଛନ୍ତି । ଏକ ସାକ୍ଷାତକାରରେ କୋହଲି କିନ୍ତୁ ଚମ୍ପକ ଉପରେ ଅସନ୍ତୁଷ୍ଟ ଥିବା କହିଛନ୍ତି । ଆପଣମାନେ ଭାବୁଥିଲେ ଏହି ଚମ୍ପକ କିଏ ? ବିିସିସିଆଇର ରୋବୋ ଡଗର ନାମ ଚମ୍ପକ । ଚମ୍ପକର ଅତ୍ୟଧିକ ବ୍ୟବହାରକୁ ନେଇ କୋହଲି ଅସନ୍ତୋଷ ବ୍ୟକ୍ତ କରିଛନ୍ତି । କେନ ୱିଲିୟମସନଙ୍କ ସହ କୋହଲି ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଉଥିବା ବେଳେ ଚମ୍ପକ ଆସିଥିଲା । ଏହାକୁ ନିୟନ୍ତ୍ରଣ କରୁଥିବା ବ୍ୟକ୍ତିଙ୍କୁ କୋହଲି କହିଥିଲେ, ଦୟାକରି ଏହାକୁ ଏଠାରୁ ନିଅନ୍ତୁ । ଆମକୁ ଶାନ୍ତିରେ କଥାବାର୍ତା ହେବାକୁ ଦିଅ ।

ପବ୍ଲିକ ଫିଗର ହେବା ପରେ ପ୍ରତ୍ୟେକ କଥା ସୋସିଆଲ ମିଡିଆକୁ ଆସିବା ଠିକ ନୁହେଁ । ଏହା ଆମ ବ୍ୟକ୍ତିଗତ ଜୀବନର ଗୋପନୀୟତାକୁ ତଳେ ପକାଉଛି ବୋଲି କୋହଲି କହିଛନ୍ତି । ସେହିପରି ଅଭ୍ୟାସ କରିବାକୁ ଗଲାବେଳେ ୬ଜଣ କ୍ୟାମେରା ଧରି ପଛେ ପଛେ ଯିବା ମଧ୍ୟ ଗ୍ରହଣୀୟ ନୁହେଁ । ନେଟ୍ସରେ ମୁଁ କଣ କରୁଛି ସେଥିପ୍ରତି ଧ୍ୟାନ ନ ଦେଇ ମ୍ୟାଚରେ କିପରି ପ୍ରଦର୍ଶନ କରୁଛି ତାହା ଉପରେ ନଜର ରଖାଯିବା ଉଚିତ ବୋଲି ସେ କହିଛନ୍ତି । କ୍ରିକେଟ ପରେ ବ୍ୟବସାୟ ଉପରେ ସମ୍ପୂର୍ଣ୍ଣ ଧ୍ୟାନ ଦେବେ ବୋଲି କୋହଲି କହିଛନ୍ତିି ।

Leave A Reply

Your email address will not be published.